Thursday, December 26, 2024
18.1 C
Odisha

    ଗଣ୍ଠି ଫୁଲା ଏବଂ ବଥାକୁ ନେଇ ଚିନ୍ତିତ କି ? ଖାଆନ୍ତୁ ରସୁଣ

    ଆଗକୁ ପଢନ୍ତୁ

    ଜୀବନଶୈଳୀ ରୋଗ ଭାବରେ ଲୋକଙ୍କ ମଧ୍ୟରେ ହାଇ ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାର କାରଣ ଭୁଲ୍‌ ଖାଦ୍ୟ ଏବଂ ଖରାପ ଜୀବନଶୈଳୀ ବୋଲି ବିବେଚନା କରାଯାଏ । ବାସ୍ତବରେ ୟୁରିକ୍‌ ଏସିଡ୍‌ ହେଉଛି ଏକ ଆବର୍ଜନା ପଦାର୍ଥ, ଯାହା ସମସ୍ତଙ୍କ ଶରୀରରେ ରହିଛି । ୟୁରିକ୍‌ ଏସିଡ୍‌ ପ୍ୟୁରିନ୍‌ ନାମକ କେମିକଲ ଖଣ୍ଡ ଦ୍ୱାରା ପ୍ରସ୍ତୁତ ହୋଇଛି । ବାସ୍ତବରେ, କିଡନୀ ମୂତ୍ର ମାଧ୍ୟମରେ ୟୁରିକ୍‌ ଏସିଡ୍‌କୁ ବାହାର କରିଦେଇଥାଏ । କିନ୍ତୁ ଯେତେବେଳେ କିଡନୀ କାର୍ଯ୍ୟରେ ହ୍ରାସ ହୁଏ କିମ୍ବା ୟୂରିକ୍‌ ଏସିଡର ପରିମାଣ ଅଧିକ ଉତ୍ପାଦନ ହେବାକୁ ଲାଗେ, ଏହା ଗଣ୍ଠିରେ ସ୍ଫଟିକ୍‌ ଆକାରରେ ଜମା ହେବା ଆରମ୍ଭ କରେ । ଯେଉଁଥି ପାଇଁ ଗଣ୍ଠିରେ ଯନ୍ତ୍ରଣା, ଫୁଲା ଏବଂ ଚାଲିବାରେ ଅସୁବିଧା ହୁଏ । ଏହା ସହ ବେଳେବେଳେ ନିଜ ପାଦକୁ ଭୂମିରେ ରଖିବା ମଧ୍ୟ କଷ୍ଟକର ହୋଇଯାଏ । ଯଦି ଆପଣଙ୍କର ଏଭଳି ସମସ୍ୟା ହେଉଛି ତେବେ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା ।

    ୟୁରିକ୍‌ ଏସିଡରେ ରସୁଣର ଫାଇଦା :

    ରସୁଣ ଖାଇବା ଦ୍ୱାରା ହାଇ ୟୁରିକ୍‌ ଏସିଡ୍‌ ଥିବା ରୋଗୀ ପାଇଁ ଲାଭଦାୟକ ହୋଇପାରେ । ରସୁଣ ଖାଇଲେ ଶରୀରରେ ୟୁରିକ୍‌ ଏସିଡ୍‌ ସ୍ତର କମିଯାଏ । ରସୁଣରେ ଆଣ୍ଟିଅକ୍ସିଡାଣ୍ଡ ଭରପୂର ରହିଥାଏ, ଯାହା ଅକ୍ସିଡେଟିଭ୍‌ ଚାପକୁ ହ୍ରାସ କରିଥାଏ ଏବଂ ୟୁରିକ୍‌ ଏସିଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ରସୁଣରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଥାଏ ଯାହା ଗଣ୍ଡି ଫୁଲିବାକୁ କମ୍‌ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ପ୍ରତିଦିନ ରସୁଣ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଡିଟକ୍ସାଇଫ କରିଥାଏ ଏବଂ ବ୍ଲଡ ପ୍ରେସର, କୋଲେଷ୍ଟ୍ରଲକୁ ନର୍ମାଲ ରଖିଥାଏ । ରସୁଣ ଆଥ୍ର୍ରାଇଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

    ହାଇ ୟୁରିକ୍‌ ଏସିଡରେ ରସୁଣ କିପରି ଖାଇବେ :

    ବାସ୍ତବରେ, ଆପଣ ନିଜ ଖାଦ୍ୟରେ ଯେକୈଣସି ଭାବରେ ରସୁଣକୁ ସାମିଲ୍‌ କରିପାରିବେ । କିନ୍ତୁ ଏହି ୟୁରିକ୍‌ ଏସିଡ ରୋଗୀ ସକାଳେ ଖାଲି ପେଟରେ କଞ୍ଚା ରସୁଣକୁ ଖାଇଲେ ଲାଭ ମିଳିଥାଏ । ରସୁଣର ଦୁଇଟି ପାଖୁଡାକୁ ନେଇ ଉଷୁମ ପାଣି ସହିତ ଚୋବାଇ ଖାଆନ୍ତୁ । ଯଦି ଆପଣ ଚାହାଁନ୍ତି ତେବେ ଚା’ ସହିତ ମଧ୍ୟ ରସୁଣକୁ ଖାଇପାରିବେ । ଆପଣଙ୍କୁ କିଛି ଦିନ ପାଇଁ ନିୟମିତ ରସୁଣ ଖାଇବୋକୁ ପଡିବ । ଏହା ସହିତ ୟୁରିକ୍‌ ଏସିଡ୍‌ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରିତ ହେବ । ଏହା ବ୍ୟତୀତ, ରସୁଣ ଖାଇବା ଦ୍ୱାରା ବ୍ଳଡ ପ୍ରେସର ନିୟନ୍ତ୍ରଣରେ ରହିବା ସହ କୋଲେଷ୍ଟ୍ରଲ ମଧ୍ୟ କମ୍‌ ହେବ । ଏହା ସହ ଖାଲି ରସୁଣ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା କମ୍‌ ହୋଇନଥାଏ ବରଂ ସୋରିଷ ତେଲ ସହ ରସୁଣକୁ ଫୁଟାଇ ଗଣ୍ଠିରେ ଲଗାଇ ଦ୍ୱାରା ବିନ୍ଧା ଏବଂ ଗଣ୍ଠି ଫୁଲା ମଧ୍ୟ କମ୍‌ ହୋଇଥାଏ ।

    ତେଣୁ ଯଦି ଆପଣ ଗଣ୍ଠି ବିନ୍ଧା ଏବଂ ଫୁଲାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ରସୁଣକୁ ନିୟମିତ ଭାବରେ ଖାଆନ୍ତୁ ଏବଂ ତେଲରେ ଫୁଟାଇ ଲଗାନ୍ତୁ । ବହୁତ୍‌ ଶୀଘ୍ର ଆପଣଙ୍କ ଯନ୍ତ୍ରଣା ଦୂର ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.1 ° C
    18.1 °
    18.1 °
    97 %
    1.6kmh
    94 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ