Sunday, October 18, 2026
23.2 C
Odisha

    ଥରେ ଲଗାନ୍ତୁ ଏହି ତେଲ, କେଶ ମୂଳ ହେବ ମଜବୁତ, ୨ ସପ୍ତାହ ମଧ୍ୟରେ କେଶ ଝଡ଼ିବା ହେବ ବନ୍ଦ

    ଆଗକୁ ପଢନ୍ତୁ

    ଆୟୁର୍ବେଦରେ ବ୍ରାହ୍ମୀକୁ ଏଲୋପେସିଆ ଏରିଟା କିମ୍ବା ଚୁଟି ଝଡିବାର ଚିକିତ୍ସା ପାଇଁ ଏକ ପ୍ରଭାବଶାଳୀ ଔଷଧି ଭାବରେ ବିବେଚନା କରାଯାଏ। ଲୋକମାନେ ଏହାକୁ ତେଲ ଭାବରେ ବ୍ୟବହାର କରନ୍ତି। ବ୍ରାହ୍ମୀ ତେଲ କେଶ ବୃଦ୍ଧି ପାଇଁ ସବୁଠାରୁ ଭଲ ଉତ୍ସ ଭାବରେ ବିବେଚନା କରାଯାଏ । ଏହା କେଶର ମୁଳକୁ ଯାଇ ଭିତରେ ଥିବା ଫଙ୍ଗସକୁ ନଷ୍ଟ କରେ । ଏହା କେଶକୁ ପୋଷଣ ଦିଏ ଏବଂ ମଜବୁତ, ଘନ କେଶ ବୃଦ୍ଧି କରିବାରେ ସାହାଯ୍ୟ କରେ।

    କେଶ ପାଇଁ ବ୍ରାହ୍ମୀ ତେଲର ଲାଭ: ବ୍ରାହ୍ମୀ କେଶକୁ ପୋଷଣ ଦିଏ ଏବଂ ମଜବୁତ କରେ। ଏହା କେଶର ମୂଳକୁ ମଜବୁତ କରିବା ସହ, ଘନ ଏବଂ ମଜବୁତ କେଶ ବଢିବାରେ ସାହାର୍ଯ୍ୟ କରେ । କେଶ ଝଡିବାକୁ ରୋକେ । ଏପରିକି ଚନ୍ଦାପଣରୁ ମଧ୍ୟ ମୁକ୍ତି ଦିଏ ବ୍ରାହ୍ମୀ ।

    ବ୍ରାହ୍ମୀ ଏବଂ ଦହିକୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରି କେଶରେ ଲଗାଇବା ଦ୍ବାରା କେଶ ଝଡିବା ବନ୍ଦ ହୋଇଥାଏ । ବ୍ରାହ୍ମି ତେଲ ନିୟମିତ କେଶରେ ମାଲିସ୍ କରନ୍ତୁ ଦେଖିବେ ଆପଣଙ୍କର କେଶ ଘନକଳା ଦେଖାଯିବ । କେଶକୁ ଲମ୍ବା, ମୋଟା ଏବଂ ମଜଭୂତ କରିବା ପାଇଁ ବଜାରରେ ଥିବା ମହଙ୍ଗା କେଶ ଦ୍ରବ୍ୟ ଅପେକ୍ଷା ’ବ୍ରାହ୍ମୀ’ ବହୁତ ଭଲ। ଏହା କେଶକୁ ଲମ୍ବା, ଘନ କରିବାରେ ସାହାଯ୍ୟ କରେ। ବଜାରରେ ଯେକୌଣସି ଆୟୁର୍ବେଦିକ ଦୋକାନରେ ଆପଣ ବ୍ରାହ୍ମୀ ତେଲ ପାଇପାରିବେ। ଶୋଇବା ସମୟରେ ଏହାକୁ ପ୍ରତିଦିନ କେଶରେ ଲଗାନ୍ତୁ ଏବଂ ଏହାକୁ ମାଲିସ କରିବା ଦ୍ୱାରା ଲାଭ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ