Sunday, October 11, 2026
25 C
Odisha

    ଘରେ ବଢ଼ିବ ସୁଖ ସମୃଦ୍ଧି, କରନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଏମିତି କିଛି ବିଶେଷ କଥା ରହିଛି, ଯାହା ଉପରେ ଟିକେ ନଜର ଦେଲେ ଘରର ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି:

    ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ଟିକେ ସଜାଡ଼ିଦେବା, ନ ହେଲେ ଶନି ଦେବତାଙ୍କର କୁଦୃଷ୍ଟି ସୁଖଶାନ୍ତି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।

    ଖାଇଲାବେଳେ ଖାଦ୍ୟ ଥାଳିରେ ଯେଉଁ ଲୁଣ ଦିଆଯାଇଥାଏ, ତାହାକୁ କେବେ ବି ତଳେ ନ ପକାଇ କିମ୍ବା ହାତରେ ଲାଗିଥିବା ଲୁଣକୁ ଲୁଗାରେ ନ ପୋଛି ବରଂ ତାହାକୁ ପାଣିରେ ଧୋଇଦେବେ। ଲୁଣକୁ ତଳେ ପକାଇଲେ କିମ୍ବା ଲୁଗାରେ ପୋଛିଲେ କରଜ ବଢ଼ିଥାଏ ବୋଲି କୁହାଯାଏ।

    ଠାକୁରଙ୍କୁ ପୂଜାକରିବା ସମୟରେ ସକାଳେ ହେଉ ଅବା ସନ୍ଧ୍ୟାରେ ଥରୁଟିଏ ହେଉ ନା କାହିଁକି ଝୁଣାଧୂପ କିମ୍ବା କର୍ପୂର ଆଳତି କଲେ ପ୍ରଭୁକୃପା ମିଳିଥାଏ।

    ଟଙ୍କା ପଇସା ରଖୁଥିବା ଆଲମାରୀର ମୁହଁ କେବେ ବି ଦକ୍ଷିଣ ଦିଗକୁ କରିବେ ନାହିଁ। ଏହାଦ୍ୱାରା ପରିବାରରେ କାହାରି ନା କାହାରି ଦେହ ଖରାପ ହୋଇଥାଏ ଆଉ ସେହିଥିରେ ହିଁ ଅର୍ଥ ସବୁ ଖର୍ଚ୍ଚ ହୋଇଯାଏ ବୋଲି ବିଶ୍ୱାସ ରହିଛି। *ଶ୍ରୀଯନ୍ତ୍ର କିମ୍ବା ନାଲି କପଡ଼ାରେ ଗୁଡ଼ା ହୋଇଥିବା ନଡ଼ିଆ ଠାକୁରଘରେ ପୂଜା ପାଉଥିବା ମା’ ଲକ୍ଷ୍ମୀଙ୍କ ପାଖରେ ରଖିଲେ ମାତା ଖୁସି ହୋଇଥାନ୍ତି। ଫଳରେ ଘରର ମଙ୍ଗଳ ହୋଇଥାଏ।

    ଘରେ ବ୍ୟବହାର ହେଉଥିବା ଯେକୌଣସି ପାଣି ଟ୍ୟାପ୍‌କୁ ବନ୍ଦ କରିବା ସତ୍ତ୍ୱେ ବି ଯଦି ସେଥିରୁ ପାଣି ଝରୁଥାଏ, ତା’ହେଲେ ଘରେ ଅଭାବ ଅନଟନ ଦେଖାଯିବା ସହ ଅମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ