Wednesday, April 8, 2026
37.8 C
Odisha

    ପତ୍ନୀ ମେଲାନିଆଙ୍କୁ ଆଲିଙ୍ଗନ ଓ ଚୁମ୍ବନ ଦେଇ ଧନ୍ୟବାଦ ଜଣାଇଲେ

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡା କନ୍‌ଭେନସନ୍ ସେଣ୍ଟରରେ ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରିବା ଅବସରରେ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ସମର୍ଥନ କରିଥିବାରୁ ଆଲିଙ୍ଗନ ଓ ଚୁମ୍ବନ ଦେଇ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ ତାଙ୍କ ଆଗାମୀ ବିଜୟକୁ ସର୍ବକାଳୀନ ସର୍ବଶ୍ରେଷ୍ଠ ରାଜନୈତିକ ମୁହୂର୍ତ୍ତ ବୋଲି କହିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମେଲାନିଆ, ତାଙ୍କ ସନ୍ତାନ, ତାଙ୍କର ରନିଂ ମେଟ୍ ଜେଡି ଭାନ୍ସ ଓ ବାଚସ୍ପତି ମାଇକ୍ ଜନସନଙ୍କ ସମେତ ତାଙ୍କ ପରିବାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ସମର୍ଥକଙ୍କୁ ସମ୍ବୋଧିତ କରି ଟ୍ରମ୍ପ ମେଲାନିଆଙ୍କ ପୁସ୍ତକକୁ ପ୍ରଶଂସା କରିବା ସହ ଏହାକୁ ଦେଶରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ବୋଲି କହିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାଙ୍କ ପ୍ରଚାରରେ ସାମିଲ ହୋଇଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ମଞ୍ଚରେ ଥିବା ବେଳେ ସେ ତାଙ୍କ ‘ସୁନ୍ଦରୀ ପତ୍ନୀ’ଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ସେ ବହୁତ ଭଲ କାମ କରିଛନ୍ତି ଓ କଠିନ ପରିଶ୍ରମ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ମଧ୍ୟ ତାଙ୍କ ପିଲାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
    ଏଲନ ମସ୍କଙ୍କୁ ଭୂୟସୀ ପ୍ରଶଂସା

    ୭୮ ବର୍ଷୀୟ ଟ୍ରମ୍ପ ତାଙ୍କ ଭାଷଣରେ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ନାମ ଉଲ୍ଲେଖ କରିଥିଲେ, ଯାହାଙ୍କୁ ସେ ‘ଏକ ନୂତନ ତାରକାଙ୍କ ଆବିର୍ଭାବ’ ବୋଲି ବର୍ଣ୍ଣନା କରିଥିଲେ। ଏଲନ୍ ମସ୍କ ତାଙ୍କ ପାଇଁ ପ୍ରଚାର କରିବା ଲାଗି କିପରି ବ୍ୟାପକ ଗସ୍ତ କରିଥିଲେ ଏବଂ ଫିଲାଡେଲଫିଆରେ ଦୁଇ ସପ୍ତାହ ବିତାଇଥିଲେ ତାହା ଟ୍ରମ୍ପ ବର୍ଣ୍ଣନା କରିଥିଲେ। ମସ୍କ ବିଚକ୍ଷଣ ପ୍ରତିଭାର ଅଧିକାରୀ ଏବଂ ଏଥିପାଇଁ ସେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି ଟ୍ରମ୍ପ କହିଥିଲେ। ଏହି ଅବସରରେ ଜେଡି ଭାନ୍ସ ଟ୍ରମ୍ପଙ୍କ ଡାକରାରେ ମଞ୍ଚକୁ ଉଠି କହିଥିଲେ, ଟ୍ରମ୍ପଙ୍କର ଏହା ଆମେରିକା ଇତିହାସରେ ସର୍ବଶ୍ରେଷ୍ଠ ରାଜନୈତିକ ପ୍ରତ୍ୟାବର୍ତ୍ତନ। ଏହାବ୍ୟତୀତ ଟ୍ରମ୍ପ କହିଛନ୍ତି ଯେ ସେ ଯୁଦ୍ଧ ଶେଷ କରିବେ ଏବଂ ତାଙ୍କ ପୂର୍ବ କାର୍ଯ୍ୟକାଳ ମଧ୍ୟରେ କୌଣସି ଯୁଦ୍ଧ ନ ଥିଲା। ଟ୍ରମ୍ପ କହିଛନ୍ତି, ଚାରି ବର୍ଷ ଧରି ଆମର କୌଣସି ଯୁଦ୍ଧ ନ ଥିଲା। ଏହା ବ୍ୟତୀତ ଆମେ ଆଇଏସ୍‌ଆଇଏସ୍‌କୁ ପରାସ୍ତ କରିଥିଲୁ। ବି‌ରୋଧୀମାନେ କହିଥିଲେ ମୁଁ ଯୁଦ୍ଧ ଆରମ୍ଭ କରିବି। କିନ୍ତୁ ମୁଁ ଯୁଦ୍ଧ ଆରମ୍ଭ କରିବି ନାହିଁ, ମୁଁ ଯୁଦ୍ଧ ବନ୍ଦ କରିବି ବୋଲି ଟ୍ରମ୍ପ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ