Friday, March 27, 2026
31.5 C
Odisha

    ଏମ୍ସରେ ଆଇପିଏସ୍‌ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜାରି: କାଲି ସୁଦ୍ଧା ରିପୋର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଇବା ନିମନ୍ତେ ଗୁରୁବାର ଭୁବନେଶ୍ୱରସ୍ଥିତ ଏମ୍ସରେ ଆଇପିଏସ୍‌ ଆଶିଷ ସିଂହ ପହଞ୍ଚିଛନ୍ତି । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏଥିନିମନ୍ତେ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠିତ ହୋଇଛି । ଗୁରୁବାର ପୂର୍ବାହ୍ନ ୮ଟା୩୦ରେ ଆଶିଷ ସିଂହ ଏମ୍ସରେ ପହଞ୍ଚିଥିଲେ। ମାତ୍ର ସେ ଓପିଡ଼ି ନ ଦେଇ ଅନ୍ୟ ବାଟ ଦେଇ ଭିତରକୁ ଚାଲି ଯାଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ୍‌ ବୁକ୍‌ ହୋଇଥିବା ଜଣାଯାଇଛି। ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ୬ ଜଣିଆ ବିଶେଷଜ୍ଞଙ୍କୁ ନେଇ ବୋର୍ଡ ଗଠିତ ହୋଇଛି। ବୋର୍ଡରେ ମେଡିସିନ,ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି। ଏହି ବୋର୍ଡ ଆଜି ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ବେଳେ ଆସନ୍ତାକାଲି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ।

    ରାଜ୍ୟରେ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗତ ଏପ୍ରିଲ ୨ ତାରିଖରେ ଶ୍ରୀ ସିଂହଙ୍କୁ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ ଆଇଜି ପଦରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କୁ ଆଇଜି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଭାବେ ନିଯୁକ୍ତି ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ