Monday, March 30, 2026
37.6 C
Odisha

    ଅସ୍ଥିକୁ ମଜଭୁତ ରଖେ ସଜନା ଶାଗ

    ଆଗକୁ ପଢନ୍ତୁ

    ସଜନା ଶାଗରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଯଥା-କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଆଇରନ୍‌, ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ନିୟମିତ ସଜନା ଶାଗ ଖାଇଲେ ଏଥିରେ ଥିବା କ୍ୟାଲସିୟମ ତତ୍ତ୍ୱ ଅସ୍ଥିକୁ ମଜଭୁତ ରଖିବାରେ ଅନେକାଂଶରେ ସହାୟକ ହୋଇଥାଏ।

    ଏଥିରେ ଆଉ ଏକ ଉପକାରୀ ଗୁଣ ରହିଛି। ରକ୍ତଚାପକୁ ସନ୍ତୁଳିତ ରଖିବାରେ ଅନେକାଂଶରେ ସାହାଯ୍ୟ କରେ ସଜନା ଶାଗ। ଏହା ଲିଭର୍‌ ସେଲ୍‌କୁ କେତେକାଂଶରେ ସୁରକ୍ଷିତ ରଖିଥାଏ। ମେଦବହୁଳତା ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏହା ମଧ୍ୟ ଉପକାରୀ।
    ସଜନା ଶାଗ ଶରୀରର ଚର୍ବି ଅଂଶକୁ କମାଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା କେଶମୂଳକୁ ଦୃଢ଼ ରଖିଥାଏ। ଏହା ମଧ୍ୟ ହଜମ ଶକ୍ତିକୁ ଆହୁରି ଦୃଢ଼ କରିଥାଏ। ନିୟମିତ ସଜନା ଶାଗ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରେ। ଆଜ୍‌ମା ରୋଗୀଙ୍କ ପାଇଁ ଏହା ମହୌଷଧି ସଦୃଶ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    37.6 ° C
    37.6 °
    37.6 °
    15 %
    1.5kmh
    43 %
    Mon
    38 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ