Saturday, February 21, 2026
19 C
Odisha

    କାଲିଠାରୁ ପୁଣି ବଢିବ ତାତି, ଲାଗିରହିବ ଗୁଳୁଗୁଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ୪ ଓ ୫ ତାରିଖ ପାଇଁ ଗ୍ରୀଷ୍ମ ପ୍ରବାହ ସହ ଆଗାମୀ ୫ ଦିନରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା କାଲିଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି ଲାଗିରହିବ ଗୁଳୁଗୁଳି। ୭ ତାରିଖ ଯାଏ ଏଭଳି ଗୁଳୁଗୁଳି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ଉପକୂଳର ଜିଲ୍ଲାଗୁଡିକରେ ୟେଲୋ ଆଲର୍ଟ ଜାରି କରିଛି ବିଭାଗ। ଆଉ କେତେକ ସ୍ଥାନରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡର ଆକଳନ କରିଛି ପାଣିପାଗ ବିଭାଗ ।
    ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡା,କନ୍ଧମାଳ ଜିଲ୍ଲା ରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ୟେଲୋ ଆଲର୍ଟ ଜାରିକରିଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଜିଲ୍ଲାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି , ଗଂଜାମ , କନ୍ଧମାଳ , ନୟାଗଡ , ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମୟୁରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଏହା ସହ ଆସନ୍ତାକାଲି ଉଷ୍ମ ଓ ଆଦ୍ର ସ୍ଥିତି ବି ଲାଗିରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    34 %
    1.5kmh
    0 %
    Sat
    35 °
    Sun
    35 °
    Mon
    36 °
    Tue
    35 °
    Wed
    35 °

    ସମ୍ବନ୍ଧିତ