Monday, September 28, 2026
30.3 C
Odisha

    କ୍ରିକେଟରୁ ସନ୍ୟାସ ଘୋଷଣା କଲେ କେଦାର ଯାଦବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ସନ୍ୟାସ ନେଲେ ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ। ୩୯ ବର୍ଷୀୟ କେଦାର ଯାଦବ ସୋମବାର ନିଜର ସନ୍ୟାସ ସମ୍ପର୍କରେ ଏକ୍ସରେ ପୋଷ୍ଟ କରିଛନ୍ତି । ଜଣେ ଅଲରାଉଣ୍ଡର ଏବଂ ଫିନିସରଭାବେ ଜଣାଶୁଣା ଥିଲେ କେଦାର ଯାଦବ । ୨୦୨୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ତେବେ ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ୭୩ ଦିନିକିଆ ଏବଂ ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ୨ଟି ଶତକ ଏବଂ ୬ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି କେଦାର ଯାଦବ। ଧୋନୀ ଯେଭଳି ଷ୍ଟାଇଲରେ କ୍ରିକେଟକୁ ଅଲବିଦା କହିଥିଲେ ସେଭଳି ଷ୍ଟାଇଲରେ ଅବସର ଘୋଷଣା କରିଛନ୍ତି କେଦାର ଯାଦବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ