Sunday, January 11, 2026
27.1 C
Odisha

    ଇଡ଼ି ପ୍ରଧାନମନ୍ତ୍ରୀଙ୍କ ଗୁଣ୍ଡା: ହିଣ୍ଡେନବର୍ଗ ରିପୋର୍ଟ ନେଇ ଇଡ଼ି କାର୍ଯ୍ୟାଳୟକୁ ଘେରି କହିଲା ଓଡିଶା କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ହିଣ୍ଡେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଇଡ଼ି ଅଫିସ୍ ଘେରାଉ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଇଡ଼ି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଣ୍ଡା।ଓଡ଼ିଶାରେ କଂଗ୍ରେସ ଇଡ଼ି ଅଫିସ୍ ଘେରାଉ କରିଛି। ରାଜ୍ୟରେ ଆନ୍ଦୋଳନର ନେତୃତ୍ୱ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ନେଇଥିଲେ। ଘେରାଉ ସମୟରେ ମୁତୟନ ଥିବା ପୁଲିସ୍‌ ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
    ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ ହଜାର ଦଳୀୟ କର୍ମୀ ରାଜଧାନୀରେ ପହଞ୍ଚିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କେନ୍ଦ୍ରର ବିଜେପି ସରକାର ଇଡି ଓ ସିବିଆଇ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଗତ ରବିବାର କଂଗ୍ରେସ ଭବନରେ ମୋକିମଙ୍କ ଅଧ୍ୟକ୍ଷତାରେ ବୈଠକ ମଧ୍ୟ ବସିଥିଲା।

    ସୂଚନାଯୋଗ୍ୟ, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଅଗଷ୍ଟ ୧୦ରେ ସେବି ଚେୟାରମ୍ୟାନ୍ ମାଧବୀ ପୁରୀ ବଚ ଏବଂ ତାଙ୍କ ସ୍ୱାମୀ ଧାୱାଲ ବଚଙ୍କ ନିକଟରେ ଆଦାନୀ ଟଙ୍କା ସିଫୋନ ଦୁର୍ନୀତିରେ ବ୍ୟବହୃତ ଅସ୍ପଷ୍ଟ ଅଫଶୋର ପାଣ୍ଠିରେ ଷ୍ଟକ୍ ଥିବା ଅଭିଯୋଗ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    14 %
    2.7kmh
    2 %
    Sun
    25 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ