Monday, March 30, 2026
27.4 C
Odisha

    ଇସ୍ରାଏଲ ଉପରେ ହିଜବୁଲ୍ଲାର ୩୦ କ୍ଷେପଣାସ୍ତ୍ର ମାଡ଼

    ଆଗକୁ ପଢନ୍ତୁ

    ତେଲ୍ ଅଭିଭ୍ : ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। କିଛି ଘଣ୍ଟା ତଳେ ହିଜବୁଲ୍ଲା ଦକ୍ଷିଣ ଲେବାନନରୁ ଇସ୍ରାଏଲ ଉପରକୁ ପ୍ରାୟ ୩୦ଟି ରକେଟ୍ ନିକ୍ଷେପ କରିଥିଲା। ଇସ୍ରାଏଲ ସେନା ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ କରିଛି।ଆଇଡିଏଫ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଲେବାନନର କାବ୍ରୀ ଅଞ୍ଚଳରୁ ଉତ୍ତର ଇସ୍ରାଏଲ ଆଡ଼କୁ ୩୦ଟି ରକେଟ୍ ନିକ୍ଷେପ କରାଯାଇଥିଲା, କିନ୍ତୁ ଏହି ସବୁ ରକେଟ୍ ଜନବସତି ନଥିବା ଅଞ୍ଚଳରେ ଅବତରଣ କରିଥିଲା, ଯେଉଁଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ହମାସ ନେତା ଇସ୍ମାଇଲ ହାନିଆ ଏବଂ ହିଜବୁଲ୍ଲା କମାଣ୍ଡର ଫୁଆଦ ସୁକ୍ରଙ୍କ ମୃତ୍ୟୁ ପରେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ବିବାଦ ତୀବ୍ର ହୋଇଛି।
    ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଯେକୌଣସି ସମୟରେ ଆକ୍ରମଣ କରିବାକୁ ଇରାନ ପ୍ରସ୍ତୁତି ଚଳାଇଛି । ଏହାକୁ ନେଇ ମଧ୍ୟପୂର୍ବରେ ଉତ୍ତେଜନା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ବି ଏ ଅଂଚଳକୁ ନିଜର ଯୁଦ୍ଧ ଜାହାଜ ପଠାଇଛି ।

    ସେପଟେ ଇସ୍ରାଏଲ ସେନା କହିଛି ଯେ ବର୍ତ୍ତମାନ ଜନସାଧାରଣଙ୍କୁ ଦିଆଯାଇଥିବା ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ ହୋଇନାହିଁ। ଇସ୍ରାଏଲ ସେନା ଓ ସୁରକ୍ଷା ଏଜେନ୍ସି ସମଗ୍ର ମଧ୍ୟପ୍ରାଚ୍ୟ ଉପରେ ନଜର ରଖିଥିବା ବେଳେ ଇରାନ ଓ ହିଜବୁଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ବୋଲି ଇସ୍ରାଏଲ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ