Tuesday, January 21, 2025
14.8 C
Odisha

    ପ୍ରତ୍ୟେକ ଦିନ ଅଣ୍ଡା ଖାଉଥିଲେ, ଆପଣାନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ସାଧାରଣତଃ ସମସ୍ତେ ଜାଣିଥିବେ ଯେ ସକାଳର ଜଳଖିଆ ଶରୀର ପାଇଁ କେତେ ଲାଭ ଦାୟମ ହୋଇଥାଏ । ଯଦି ଆମେ ସକାଳର ଜଳଖିଆ ଖାଇନଥାନ୍ତି ତାହାଲେ ଦିନ ସାରା ଦୁର୍ବଳ ଲାଗିଥାଏ । ଆମ ଶରୀର ପାଇଁ ଜଳଖିଆ ବହୁତ ମୂଲ୍ୟବାନ ହୋଇଥାଏ । ଖାସ୍‌ କରି ସକାଳ ସମୟର ଜଳଖିଆ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଖାଲି ଜଳଖିଆ ଖାଇ ଦିନସାରା ରହିଥାନ୍ତି । କଥାରେ ଅଛି ସକାଳର ଜଳଖିଆ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ପ୍ରକୃତରେ ସକାଳ ସମୟରେ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।

    ସମସ୍ତ ଲୋକ ଜଳଖିଆ ଖାଇଥାନ୍ତି ହେଲେ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ବହୁତ ଅଳ୍ପ ଲୋକ ଖାଇଥାନ୍ତି । ଯେଉଁ ଲୋକମାନେ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ନ ଖାଉଛନ୍ତି ସେହି ମାନଙ୍କର ଶରୀର ବହୁତ ଖରାପ ହୋଇଥାଏ ଏବଂ ସେହିମାନେ ରୋଗୀଣା ମଧ୍ୟ ଦେଖାଯାଇଥାନ୍ତି । ତେଣୁ ସମସ୍ତ ଲୋକ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ସକାଳର ଜଳଖିଆ ସମୟରେ ପ୍ରାୟତଃ ଲୋକମାନେ ଅଣ୍ଡା ଖାଇଥାନ୍ତି । ବିଶେଷ କରି ଶୀତ ଦିନରେ ଆପଣ ଅଣ୍ଡା ଖାଇବା ଜରୁରୀ । ଅଣ୍ଡାରେ ବହୁତ ପ୍ରକାରର ଭିଟାମିନ ରହିଥାଏ । ହେଲେ ଅଣ୍ଡାରେ କେତେକ ଭଲ ଗୁଣ ରହିଛି ଏବଂ ଖରାପ ଗୁଣ ମଧ୍ୟ ଅଛି । ତେବେ ଆସନ୍ତୁ ଜାଣିବା ପ୍ରତ୍ୟକ ଦିନ କେତୋଟି ଅଣ୍ଡା ଖାଇବା ଆବଶ୍ୟକ ।

    ହେଲ୍ଥ ବିଶେଷଜ୍ଞଙ୍କ ଅନୁଯାୟୀ, ଫିଟ୍‌ ରହିବା ପାଇଁ ଶରୀରକୁ ପ୍ରତିଦିନ ୫୦-୬୦ ଗ୍ରାମ ପ୍ରୋଟିନ୍‌ ଆବଶ୍ୟକ ହୋଇଥାଏ । ଆପଣ ଗୋଟିଏ ଦିନରେ ୨-୩ଟି ଅଣ୍ଡା ଖାଇପାରିବେ । ଯଦି ଆପଣ ଚାହାଁନ୍ତି ତେବେ ସକାଳେ ୨ଟି ସଂଧ୍ୟାରେ ୧ ଅଣ୍ଡା ଖାଇପାରିବେ । ଏହାସହ ଯଦି ଆପଣ ଅଧିକ ଅଣ୍ଡା ଖାଆନ୍ତି ତେବେ ଅଧିକ ପ୍ରୋଟିନ୍‌ ଉତ୍ପନ ହେବ ଏବଂ ପ୍ରୋଟିନ୍‌ ହଜମ କରିବାକୁ ସେତେ ଅଧିକ ଏନଜାଇମ୍‌ ନାହିଁ । ଏହା କିଡନୀ ଉପରେ ପ୍ରଭାବ ପକାଇ ପାରେ ଏବଂ ପେଟ ସମସ୍ୟା ବଢ଼ିପାରେ । ଏଥି ସହିତ ଅଧିକ ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଅଧିକ ଭିଟାମିନ୍‌ ଏ’ ଯୋଗାଇଥାଏ । ଯାହା ବୟସ ସହିତ ଅଷ୍ଟିଓପୋରାସିସ୍‌ ହେବାର ଆଶଙ୍କା ସୃଷ୍ଟି କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.8 ° C
    14.8 °
    14.8 °
    28 %
    1.4kmh
    1 %
    Tue
    31 °
    Wed
    33 °
    Thu
    34 °
    Fri
    34 °
    Sat
    32 °

    ସମ୍ବନ୍ଧିତ