Tuesday, February 24, 2026
27.1 C
Odisha

    ପରୀ ପ୍ରସଙ୍ଗରେ ତେଜିଲା ରାଜନୀତି । ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କଲେ ପ୍ରଣବ

    ଆଗକୁ ପଢନ୍ତୁ

    ପରୀ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ପରେ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରୀ ହତ୍ୟାକାରୀକୁ ବଂଚାଇବା ପାଇଁ ବିଜେପି ହୀନ ଉଦ୍ୟମ କରିଥିବା କଥା ଅଭିଯୋଗ କରିଛନ୍ତି ପ୍ରଣବ । ଲେଖିଛନ୍ତି, ପରୀ ହତ୍ୟାକାରୀକୁ ବଂଚାଇବା ପାଇଁ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଷଡଯନ୍ତ୍ର କରାଯାଇଛି । କେବଳ ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେ ଠିକ୍ କରିଛନ୍ତି କେତେ ଭୁଲ କରିଛନ୍ତି ବୋଲି ନିଜ ଅନ୍ତରଆତ୍ମାକୁ ପଚାରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ଗତକାଲି ପରୀ ହତ୍ୟାକାଣ୍ଡ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା । ଏଥିରେ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ନୟାଗଡ ଚିଲ୍ଡ୍ରେନ୍ କୋର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    35 %
    0.9kmh
    86 %
    Tue
    33 °
    Wed
    33 °
    Thu
    34 °
    Fri
    35 °
    Sat
    37 °

    ସମ୍ବନ୍ଧିତ