Sunday, April 12, 2026
25.2 C
Odisha

    ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମିଲ୍‌ଟନ

    ଆଗକୁ ପଢନ୍ତୁ

    ୱାସିଂଟନ: ଫ୍ଲୋରିଡାର ଉପକୂଳରେ ବୁଧବାର ସାମୁଦ୍ରିକ ଝଡ଼ ମିଲଟନ ସ୍ଥଳଭାଗ ଛୁଇଁବା ସହ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ନିୟୁତରୁ ଅଧିକ ପରିବାର ଏଥିରେ ପ୍ରଭାବିତ ହୋଇଛନ୍ତି। ମେକ୍ସିକୋ ଉପସାଗରର ଉଷୁମ ଜଳରୁ ଖୋରାକ ନେଇ ଏହି ଝଡ଼ ସାରସୋଟା ନିକଟରେ ମାଡ଼ କରିବା ପୂର୍ବରୁ କିଛି ସମୟ ପାଇଁ କ୍ୟାଟେଗୋରି-୫ ବାତ୍ୟାରେ ପରିଣତ ହୋଇଥିଲା। ଏହା ହେଉଛି ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହି ଅଞ୍ଚଳରେ ଆସିଥିବା ଦ୍ୱିତୀୟ ବଡ଼ ବାତ୍ୟା। ପ୍ରବଳ ବର୍ଷା ଓ ଝଡ଼ତୋଫାନ ଯୋଗୁଁ ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦ରୁ ୧୪ ଇଞ୍ଚ ବର୍ଷା ହେବା ସହ ଏହା ୧୩ ଫୁଟ୍ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରାଯାଇଛି। ସାରସୋଟା ମେୟର ଲିଜ୍ ଆଲପର୍ଟଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଫୋନ୍‌ କରି ବାତ୍ୟାର ଅଭୂତପୂର୍ବ ପ୍ରକୃତିକୁ ସ୍ୱୀକାର କରିବା ସହ ସବୁ ପ୍ରକାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମିଲଟନ ସ୍ଥଳଭାଗ ଛୁଇଁବାର ଏକ ଘଣ୍ଟା ପରେ ଦୁର୍ବଳ ହୋଇ କ୍ୟାଟେଗୋରି-୨ ବାତ୍ୟାରେ ପରିଣତ ହୋଇଥିଲା। ଏହାର ପବନର ବେଗ ଘଣ୍ଟା ପ୍ରତି ୧୧୦ ମାଇଲକୁ ହ୍ରାସ ପାଇଛି। ବୁଧବାର ଅପରାହ୍ଣରେ ଫ୍ଲୋରିଡାର ଫୋର୍ଟ ପିୟର୍ସରେ ଝଡ଼ତୋଫାନ ଯୋଗୁ ଅନେକ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ସ୍ପେନିଶ ଲେକ୍ସ କଣ୍ଟ୍ରି କ୍ଲବ ଭିଲେଜରେ ଝଡ଼ତୋଫାନ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି।

    ସାମୁଦ୍ରିକ ଝଡ଼ ମିଲଟନ ଯୋଗୁଁ ଟାମ୍ପା ଉପସାଗରରେ ବିପରୀତ ଝଡ଼ (ରିଭର୍ସ ଷ୍ଟର୍ମ) ସୃଷ୍ଟି ହୋଇଛି। ବାତ୍ୟାର ଆଖି ଦକ୍ଷିଣ ଦିଗକୁ ଗତି କରୁଥିବାରୁ ସହର ନିକଟରେ ଥିବା ଜଳସ୍ତରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଥିଲା। ଏହା ବାତ୍ୟା ଇଆନ ଓ ଇରମା ସହିତ ଘଟିଥିବା ଘଟଣା ପରି, ଯେଉଁଠାରେ ଶକ୍ତିଶାଳୀ ପବନ ଜଳକୁ ଉପସାଗରରୁ ବାହାରକୁ ଶୋଷି ନେଇଥିଲା। ଏହି ଅସ୍ୱାଭାବିକ ଘଟଣା ସାମୟିକ ହେଲେ ବି ହଠାତ୍ ଶୋଷିଥିବା ଜଳ ଅଜାଡ଼ି ପକାଇବାର ସମ୍ଭାବନା ରହିଛି, ଯାହାଦ୍ୱାରା ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ମିଲଟନ ଏବେ କ୍ୟାଟେଗୋରି-୨ ବାତ୍ୟାରେ ପରିଣତ ହୋଇଥିଲେ ମଧ୍ୟ ଉପସାଗରୀୟ ଅଞ୍ଚଳ ପାଇଁ ଜରୁରିକାଳୀନ ଆକସ୍ମିକ ବନ୍ୟା ପରିସ୍ଥିତି ଆଣିଛି। ଝଡ଼ ଆସିବା ପୂର୍ବରୁ ଟାମ୍ପା ଉପସାଗରୀୟ ଅଞ୍ଚଳର ୩ନିୟୁତରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ