Thursday, April 9, 2026
32 C
Odisha

    କଳା ପାହାଡ଼ କିଏ ତାର ଉତ୍ତର ମୁଁ ଦେବି: ବାବୁ ସିଂ-ସମୀର ମହାନ୍ତିଙ୍କ ମନ୍ତବ୍ୟ ନେଇ ଆଶୋକ ପଣ୍ଡାଙ୍କ ଜବାବ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏକାମ୍ର ପ୍ରକଳ୍ପ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ପ୍ରକଳ୍ପର ସମୀକ୍ଷା ବିଧାୟକ ବାବୁ ସିଂ କରିଛନ୍ତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକ ବାବୁ ସିଂ ଓ ବିଜେପିର ଏକ ଟିମ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବଦେଉଥିବା ବେଳେ, ପୂର୍ବ ସରକାର କଳା ପାହାଡ଼ ସାଜି ମଠ ମନ୍ଦିରକୁ ମାଟିରେ ମିଶେଇ ଦେଇଥିବା ବାବୁ ସିଂ କହିଛନ୍ତି ।

    ଏକାମ୍ର ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ଆଖିଦୃଶିଆ କାମ ହୋଇ ନ ଥିବା ଏକାମ୍ର ବିଧାୟକ କହିଛନ୍ତି । ଆମ ସରକାର ତୁରନ୍ତ ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଶୀଘ୍ର କାମ ସାରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଆଗାମୀ ପୀଢିଙ୍କ ଏକାମ୍ରର ଐତିହ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଏକାମ୍ରରେ ବହୁ ପୁରୁଣା ମନ୍ଦିର ରହିଥିଲା। ସେସବୁକୁ ନଷ୍ଟ କରା ଯାଇଛି।

    ସେହିପରି ସମୀର ମହାନ୍ତି କହିଛନ୍ତି ପ୍ରକଳ୍ପ ନେଇ ଲୋକଙ୍କୁ ପୂର୍ବ ସରକାର ଅନ୍ଧାରରେ ରଖିଥିଲେ । ସେମାନେ କଳାପାହାଡ଼ ସାଜି ମନ୍ଦିର, ମଠ,ଐତିହ୍ୟ ଭଙ୍ଗାରୁଜା କରିଛନ୍ତି। ପ୍ରକଳ୍ପରେ ଜମିଅଧିଗ୍ରହଣ ସମସ୍ୟା ରହିଛି। ତେବେ ଏବେ କାମ ଆଗେଇବ ବୋଲି ସମୀର ମହାନ୍ତି କହିଛନ୍ତି।

    ଶାସକ ଦଳ ସଦସ୍ୟଙ୍କର ଏଭଳି ମନ୍ତବ୍ୟ ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଉଦ୍ଦେଶ୍ୟ ଆଧାରରେ ଏକାମ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା । ପ୍ରକଳ୍ପ ପାଇଁ ନିଜ ଜମି ପ୍ରଦାନ କରିଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଇଛି । ପ୍ରକଳ୍ପ କାମ ପାଇଁ ପୂର୍ଵ ସରକାର ବହୁତ କିଛି କରିଛନ୍ତି ।

    ହେଲେ ବିଜେପି ସରକାର ପ୍ରସ୍ତାବିତ ଲିଙ୍ଗରାଜ ଆକ୍ଟକୁ ଅଟକାଇବା ସହ ଚକ୍ରାନ୍ତ କରିଛନ୍ତି। ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଡ଼ କଥା ନୁହେଁ । ରାଜ୍ୟ ଓ କେନ୍ଦ୍ରରେ ଏବେ ଡବଲ ଇଞ୍ଜିନ ସରକାର । ସମୀର ମହାନ୍ତି ସେଇ ବାଟ ଦେଇ ଯିବା ଆସିବା କରନ୍ତି । ମୋ ସହିତ ସେ ଅନେକ ସମୟରେ ଏକାଠି ଚା’ ମଧ୍ୟ ପିଇଛନ୍ତି । ହେଲେ ପ୍ରକଳ୍ପ ଦେଖି ନ ପାରିବା ବୋଲି କହିବା ହାସ୍ୟାସ୍ପଦ କଥା।

    ପ୍ରକଳ୍ପ କାମ ଆଗକୁ ଯାଉ ଏହା ସମସ୍ତେ ଚାହାନ୍ତି ବୋଲି ଅଶୋକ ପଣ୍ଡା କହିଛନ୍ତି। ସରକାର ପ୍ରକଳ୍ପକୁ ତୁରନ୍ତ ଶେଷ କରନ୍ତୁ। ଏଭଳି ହେଲେ ମୁଁ ବହୁତ ଖୁସି ହେବି। ବଡ଼ କଥା ହଉଛି ସରକାର ତାଙ୍କର ତୁରନ୍ତ ଲିଙ୍ଗରାଜ ଆଇନକୁ କାର୍ଯ୍ୟ କାରୀ କରନ୍ତୁ । ଏଠି କଳା ପାହାଡ଼ କିଏ ବିଜେପି କହୁ, ତାପରେ ମୁଁ ଏହାର ଜବାବ୍ ଦେବି ବୋଲି ଆଶୋକ ପଣ୍ଡା ବାବୁ ସିଂ ଏବଂ ସମୀର ମହାନ୍ତିଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32 ° C
    32 °
    32 °
    35 %
    0.9kmh
    87 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ