Friday, April 3, 2026
39 C
Odisha

    ICC ରିପୋର୍ଟରେ ନାହିଁ ତାଳମେଳ, ସନ୍ଦେହ ଘେରରେ ସଦସ୍ୟ !

    ଆଗକୁ ପଢନ୍ତୁ

    ବାଲେଶ୍ୱର : ICC ରିପୋର୍ଟ କଣ ଏମିତି ଥିଲା ଯେ ଛାତ୍ରୀ ସପକ୍ଷରେ ଯାଇନଥିଲା । କାହିଁକି ଛାତ୍ରୀ ଜଣକ ଆତ୍ମାହୁତି ଦେଇଦେଲେ କଲେଜ୍ ରୁ ନ୍ୟାୟ ନପାଇ । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଆଇସିସି ରିପୋର୍ଟ ପଢ଼ିଲେ ICC ସଦସ୍ୟ ମାନଙ୍କୁ ସନ୍ଦେହ ଘେରକୁ ଆଣିଛି । ପୀଡିତାଙ୍କୁ ନିୟମିତ ଭାବେ କ୍ଲାସ ନ ଆସିବା ଏବଂ ସମୀର ସାହୁ ତାଙ୍କୁ ତାଗିଦ କରୁଥିବା କଥା ଉଲେଖ ରହିଛି ।

    ଏପରିକି କଲେଜ କ୍ୟାମ୍ପସ ବାହାର କଥା ଅର୍ଥାତ ପୀଡିତା କେଉଁ କେଉଁ ମେସ ବା ଘରେ ଭଡାରେ ରହୁଥିବା ବେଳେ ତାଙ୍କୁ ମେସର ମାଲିକ ବାହାର କରିଥିଲେ ସେହି କଥା କୁ ବି ରିପୋର୍ଟ ରେ ଉଲେଖ କରାଯାଇଛି। ବଡ଼ କଥା ହେଉଛି କି ଅଭିଯୁକ୍ତ ସମୀର ସାହୁଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରିପୋର୍ଟ ରେ କିଛି ବି ଉଲେଖ ନାହିଁ । ଅନ୍ୟପଟେ ଆଇସିସି ଟିମ ପକ୍ଷରୁ ପୂର୍ବରୁ ପ୍ରତିକ୍ରିୟା ଦିଆଯାଇଛି ଯେ ଅଧ୍ୟାପକ ସମୀର ସାହୁ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଅଧ୍ୟକ୍ଷ ଙ୍କୁ ସୁପାରିଶ କରାଯାଇଥିଲା।

    କିନ୍ତୁ ଅଧ୍ୟକ୍ଷ କାର୍ଯାନୁଷ୍ଠାନ ନେବାରେ ବିଳମ୍ବ କଲେ । ତେବେ ଯଦି ଏକଥା ସତ୍ୟ ତାହେଲେ ଏହି ରିପୋର୍ଟ ଦର୍ଶାଉଛି ଅଧ୍ୟାପକ ଙ୍କ ସପକ୍ଷରେ ଗଲା ଭଳି ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ତେବେ ତଦନ୍ତ ଯେତିକି ଆଗକୁ ବଢିଛି ଏହି ରିପୋର୍ଟ ପ୍ରସ୍ତୁତ କରୁଥିବା ସଦସ୍ୟ ଙ୍କ ସ୍ଵଚ୍ଛତା ଉପରେ ପ୍ରଶ୍ନ ଉଠିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ