Saturday, April 11, 2026
33.7 C
Odisha

    ଆଇସିସି ଅଲରାଉଣ୍ଡର ରାଙ୍କିଙ୍ଗ : ରବୀନ୍ଦ୍ର ଜାଦେଜା ପ୍ରଥମ ସ୍ଥାନରେ, ଦ୍ବିତୀୟରେ ଅଶ୍ବୀନ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ଯୋଗୁଁ ଆଇସିସିର ଟେଷ୍ଟ ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି । ଭାରତୀୟ ଦଳକୁ ଟେଷ୍ଟ ମ୍ୟାଚ୍ ଜିତାଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡରଙ୍କ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଏହି ତାଲିକାର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ମୋଟ ୩ ଜଣ ଭାରତୀୟ ଖେଳାଳି ରହିଛନ୍ତି। ଜାଡେଜାଙ୍କ ବ୍ୟତୀତ ଆର ଅଶ୍ୱିନ ଓ ଅକ୍ଷର ପଟେଲ ଏହି ତାଲିକାରେ ଅଛନ୍ତି। ଅଶ୍ୱିନ ୩୩୦ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅକ୍ଷର ପଟେଲ ୨୮୧ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି।ପୂର୍ବରୁ ଅକ୍ଷର ପଞ୍ଚମ ସ୍ଥାନରେ ଥିଲେ ମଧ୍ୟ ବେନ୍ ଷ୍ଟୋକ୍ସଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଷ୍ଟୋକ୍ସ ଗୋଟିଏ ସ୍ଥାନ ହରାଇ ତଳକୁ ଖସି ଆସିଥିଲେ। ଯାହାଫଳରେ ଅକ୍ଷର ପଟେଲଙ୍କୁ ଫାଇଦା ମିଳିଛି। ଏଭଳି ସ୍ଥିତିରେ ଅଲରାଉଣ୍ଡରଙ୍କ ଏହି ସ୍ୱତନ୍ତ୍ର ତାଲିକାରେ ଭାରତର ଆଧିପତ୍ୟ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ବିଜୟରେ ଅଲରାଉଣ୍ଡର ଖେଳାଳିଙ୍କ ଅବଦାନ ଏବେ ବି ଅଧିକ ଥିବା ସ୍ପଷ୍ଟ ହୋଇଛି।

    ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳାଯାଇଛି। ଯେଉଁଠାରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟମ୍ୟାଚ୍ କୁ ଟିମ୍ ଇଣ୍ଡିଆ ୪୩୪ ରନ୍ ରେ ଜିତିଥିଲା ଏବଂ ଏହି ସମୟରେ ଭାରତୀୟ ଅଲରାଉଣ୍ଡରଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ରବୀନ୍ଦ୍ର ଜାଡେଜା ମଧ୍ୟ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ