Thursday, November 20, 2025
14.8 C
Odisha

    ୨୨ରେ ଲଘୁଚାପ, ୨୪ରେ ଅବପାତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅକ୍ଟୋବର ୨୨ ତାରିଖ ପରେ ସ୍ପଷ୍ଟ ହେବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ କି ନାହିଁ । ବର୍ତ୍ତମାନ କିନ୍ତୁ, ବାତ୍ୟା ହେବ କି ନାହିଁ ତାର ଆକଳନ କରି ନାହିଁ ଆଇଏମଡି । ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

    କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଲଘୁଚାପ ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୪ ତାରିଖ ବେଳକୁ ଅବପାତର ରୂପ ନେବ ବୋଲି ଆକଳନ କରାଯାଇଛି । ଏହା ବାତ୍ୟାର ରୂପ ନେବ କି ନାହିଁ, ତାର ଆକଳନ ହୋଇ ନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ଅର୍ଥାତ ୨୨ ତାରିଖ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି ।

    ଲଘୁଚାପ ଓ ଅବପାତ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ୨୩ ତାରିଖରେ ସାମନ୍ୟରୁ ମଧ୍ୟମ ଧରଣ ବର୍ଷା ଅନୁମାନ କରାଯାଇଥିବା ବେଳେ ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ଯାଏ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.8 ° C
    14.8 °
    14.8 °
    85 %
    0.9kmh
    0 %
    Thu
    27 °
    Fri
    28 °
    Sat
    28 °
    Sun
    28 °
    Mon
    27 °

    ସମ୍ବନ୍ଧିତ