Sunday, October 18, 2026
23.2 C
Odisha

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସର୍ବାଧିକ ଅଂଶଧନ କାହା ନାମରେ? ମୁକେଶ, ନୀତା ଅବା ପିଲାମାନେ ନୁହନ୍ତି, ତେବେ ସେ କିଏ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୁଜୁରାଟର ଜାମନଗରରେ ଭାରତ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱିଣ୍ଡିଂ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତ ତଥା ବିଦେଶର ସେଲିବ୍ରିଟିଙ୍କ ସହ ବଡ଼ ବଡ଼ ବ୍ୟବସାୟୀମାନେ ପହଞ୍ଚିଥିଲେ। ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଟନ୍ତି। ଅମ୍ବାନୀ ପରିବାରର କେଉଁ ସଦସ୍ୟ ଦେଶ ତଥା ବିଶ୍ବର ପ୍ରସିଦ୍ଧ ରିଲାଏନ୍ସ କମ୍ପାନୀର ସର୍ବାଧିକ ଅଂଶଧନ ପାଇଛନ୍ତି?
    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ପ୍ରତିଷ୍ଠାତା ହେଉଛନ୍ତି ଧୀରୁଭାଇ ଅମ୍ବାନୀ। ବର୍ତ୍ତମାନ ମୁକେଶ ଅମ୍ବାନୀ ଏହି କମ୍ପାନିର ଦାୟିତ୍ବ ଗ୍ରହଣ କରୁଛନ୍ତି। ଫୋର୍ବସ୍ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ୧୧୭ ବିଲିୟନ ଡଲାର ଅଟେ। ଏହାର ଅର୍ଥ ହେଉଛି ଭାରତୀୟ ମୁଦ୍ରା ଅନୁଯାୟୀ ଏହା ୯୭,୬୬,୮୯,୮୧,୩୦,୦୦୦ଟଙ୍କା। ଅମ୍ବାନୀ ପରିବାର ପାଖରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ସର୍ବାଧିକ ୫୦.୩୯ ପ୍ରତିଶତ ଅଂଶଧନ ଥିବାବେଳେ ଅବଶିଷ୍ଟ ୪୯.୬୧ ପ୍ରତିଶତ ଅଂଶଧନ ଏଫଆଇଆଇ ଏବଂ କର୍ପୋରେଟ୍ ସଂସ୍ଥା ସମେତ ଜନସାଧାରଣ ଅଂଶୀଦାରଙ୍କ ପାଖରେ ଅଛି । ବର୍ତ୍ତମାନ ବଡ ପ୍ରଶ୍ନ ଉଠୁଛି ଯେ ଅମ୍ବାନୀ ପରିବାରର କେଉଁ ସଦସ୍ୟଙ୍କର ଅଧିକ ଅଂଶଧନ ଅଛି? ମୁକେଶ ଅମ୍ବାନୀ କିମ୍ବା ନୀତା ଅମ୍ବାନୀ ଅବା ସେମାନଙ୍କ ପିଲାମାନଙ୍କର ସର୍ବାଧିକ ଅଂଶ ରହିଥିବ ବୋଲି ହୁଏତ କେହି ଭାବୁଥାଇ ପାରନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍।
    ଧିରୁଭାଇ ଅମ୍ବାନୀଙ୍କ ପତ୍ନୀ ଏବଂ ମୁକେଶ ଅମ୍ବାନୀଙ୍କ ମାତା କୋକିଲାବେନ୍ ଅମ୍ବାନୀଙକ୍କ ପାଖରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ସବୁଠାରୁ ବଡ ଅଂଶଧନ ରହିଛି। କୋକିଲାବେନ୍ ଙ୍କ ପାଖରେ ୧,୫୭ ୪୧,୩୨୨ ଶେୟାର ରହିଛି। ଯାହାକି କମ୍ପାନୀର ୦.୨୪ ପ୍ରତିଶତ ଅଂଶ ଅଟେ। ମୁକେଶ ଏବଂ ନୀତା ଅମ୍ବାନୀଙ୍କ ତିନି ପିଲା ଆକାଶ ଅମ୍ବାନୀ, ଇଶା ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କ ପାଖରେ ୮୦,୫୨,୦୨୧ ଶେୟାର ରହିଛି। ଯାହା କମ୍ପାନୀର ୦.୧୨ ପ୍ରତିଶତ ଅଂଶ ଅଟେ।

    ଏଭଳି ପରିସ୍ଥିତିରେ କୋକିଲାବେନ୍ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୮୦୦୦ କୋଟି ଟଙ୍କା ହେବ। ସେ ଅମ୍ବାନୀ ପରିବାରର ମୁଖ୍ୟ। ତାଙ୍କୁ କିଛି ବିଶେଷ ଉତ୍ସବରେ ଦେଖିବାକୁ ମିଳିଥାଏ। ସମ୍ପ୍ରତି ନୀତା ଅମ୍ବାନୀ ଜଣେ କ୍ଷମତାଶାଳୀ ମହିଳା ହୋଇଥିଲେ ମଧ୍ୟ କୋକିଲାବେନ୍ ଅମ୍ବାନୀ ପରିବାରକୁ ଏକଜୁଟ କରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ