Tuesday, September 29, 2026
28.1 C
Odisha

    ଆଇପିଏଲର ଅଷ୍ଟମ ମ୍ୟାଚ୍: ପଡ଼ିଆକୁ ଓହ୍ଲାଇ ରୋହିତ ରଚିଲେ ଇତିହାସ, ମାରିଲେ ‘ଡବଲ୍ ସେଞ୍ଚୁରୀ’

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍ ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ର ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଛନ୍ତି। ସେ ‘ଡବଲ୍ ସେଞ୍ଚୁରୀ’କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ ହାସଲ କରିଛନ୍ତି।
    ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୦ ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳିର ମାନ୍ୟତା ରୋହିତ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ୍ ଚାମ୍ପିୟନ ହୋଇଛି।

    କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ବ୍ୟାଟିଂ କରିବାକୂ ରୋହିତ ଶର୍ମା ଅଧିକ ପସନ୍ଦ କରିଥାନ୍ତି। କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେକେ) ବିରୋଧ ରୋହିତ ଶର୍ମା ୧୩ ଥର ଲେଖାଏଁ ଅର୍ଦ୍ଧଶତକ କରିଛନ୍ତି। ଆଇପିଏଲରେ ରୋହିତ ଶର୍ମା ମୋଟ ୨୪୪ ମ୍ୟାଚ୍ ଖେଳିଛନ୍ତି।

    ଆଇପିଏଲ ୨୦୨୪ରେ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ ରେ ଗୁଜରାଟ ଟାଇଟନ୍ସ ବିରୋଧରେ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଏହି ମ୍ୟାଚ୍ ରେ ୪୫ ରନ୍ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ