Monday, September 28, 2026
27.5 C
Odisha

    ବିଦେଶ ଯାଇ ପୁଅ ଚାକିରି କରି ପ୍ରଥମ ଦରମା ପାଇବା ପରେ ଯୁଦ୍ଧରେ କଲା ଜୀବନ

    ଆଗକୁ ପଢନ୍ତୁ

    ସୁରଟ: ଗୁଜୁରାଟର ବାସିନ୍ଦା ହେମିଲ ଅଶ୍ୱିନଭାଇ ମାଙ୍ଗୁକିୟା ଉଚ୍ଚାଭିଳାଶୀ ଥିଲେ। ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ହେମିଲ ବିଦେଶ ଯାଇ କାମ କରି ଏବଂ ଟଙ୍କା ରୋଜଗାର କରିବାକୁ ଇଚ୍ଛା ରଖିଥିଲେ। ତାଙ୍କର ଏହି ସ୍ୱପ୍ନ ସେ ତାଙ୍କ ପାଇଁ କାଳ ହେବ ଏକଥା କିଏ ଜାଣିଥିଲା। ମନରେ ଅନେକ ସ୍ବପ୍ନ ନେଇ ଋଷ ଯାଇଥିବା ହେମିଲ ଅଶ୍ୱିନଭାଇଙ୍କ ୟୁ‌କ୍ରେନ ମୋର୍ଚେରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
    ହେମିଲଙ୍କ ସ‌ାନବାପା ଅତୁଲ ମାଙ୍ଗୁକିୟା କହିଛନ୍ତି ଯେ ଏୟାରଷ୍ଟ୍ରାଇକରେ ହେମିଲଙ୍କ ମୃତ୍ୟୁ ହୋଇଯାଇଥିଲ। ପୁଅ ମୃତ୍ୟୁ ଖବର ଆମେ ଦୁଇଦିନ ପରେ ପାଇଥିଲୁ। ଫେବୃଆରି ୨୩ରେ ତାରିଖରେ ମୋ ଭାଇ ଅଶ୍ୱୀନଭାଇଙ୍କୁ ହେମଲିଙ୍କ ସାଙ୍ଗ ଫୋନ କରିଥିଲେ ଆଉ ଏହି ଦୁଃଖଦ ଘଟଣା ବିଷୟରେ ଜଣାଇଥିଲେ। ଆମକୁ ପ୍ରଥମେ ଏହି ଘଟଣା ବିଶ୍ବାସ ହୋଇ ନଥିଲା କିଏ ଆମ ସହିତ ମଜା କରୁଛି ବୋଲି ଭାବିଥିଲି। ପରେ ଅଧିକାରୀଙ୍କୁ ଫୋନ କରିବା ପରେ ସେମାନେ ଜଣାଇଥିଲେ ଯେ ଆମ ପୁଅ ଆଉ ଏଦୁନିଆରେ ନାହିଁ।

    ବଡ଼ ଭାଇ ଅତୁଲ କହିଛନ୍ତି, ‘ହେମମିଲ ସବୁବେଳେ ବିଦେଶ ଯିବାକୁ ଚାହୁଁଥିଲା। ସେ ଡିସେମ୍ବର୧୪ରେ ଚେନ୍ନାଇ ଦେଇ ଋଷ ଅଭିମୁଖେ ଯାତ୍ରା କରିଥିଲା। ଭାରତ ଛାଡ଼ିବା ଦିନଠାରୁ ସେ ନିଜ ପରିବାର ସହିତ ନିୟମିତ ଯୋଗାଯୋଗରେ ଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ସେ ପରିବାରର ସମସ୍ତଙ୍କ ସହିତ କଥା ହୋଇ ଭଲମନ୍ଦ ବୁଝିଥିଲା। କଥା ହେବାର ଦୁଇଘଣ୍ଟା ପରେ ତାର ମୃତ୍ୟୁ ଖବର ପାଇ ଆମେ ବିଶ୍ବାସ କରି ପାରି ନଥିଲୁ।

    ଏହି ଦୁଃଖଦ ଘଟଣାକୁ ନେଇ ହେମିଲଙ୍କ ମାମୁଁ କହିଛନ୍ତି ଯେ, ଭଣଜାର ପ୍ରଥମ ଦରମା ୨.୩ ଲକ୍ଷ ଟଙ୍କା ତାର ବ୍ୟାଙ୍କ ଆକାଉଣ୍ଟକୁ କିଛି ଦିନ ପୂର୍ବରୁ ଆସିଥିଲା। ତାଙ୍କ ମୃତ୍ୟୁ ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟତା ପାଇଁ ସରକାରଙ୍କୁ ଅନୁରୋଧ କି ସେମାନେ ଋଷ ଅଧିକ‌ାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ