Tuesday, December 24, 2024
18.2 C
Odisha

    ଭାରତ ଓ ଶ୍ରୀଲଙ୍କା ମ୍ୟାଚରେ ଖେଳିପରନ୍ତି ଋଷଭପନ୍ତ ଓ ରିୟାନ ପରାଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷକତ୍ୱରେ ଭାରତ ମଧ୍ୟ ବେଶ୍ ସଶକ୍ତ ଓ ସମୃଦ୍ଧ ମଧ୍ୟ ଲାଗୁଛି । ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( ବିସିସିଆଇ ) ଶୀଘ୍ର ହିଁ ଶ୍ରୀଲଙ୍କାଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିବ । ଭାରତୀୟ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରେ ବଡ ପରିବର୍ତ୍ତନ ହେବାର ମଧ୍ୟ ଅନୁମାନ କରାଯାଉଛି । ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଟ୍ୱେଣ୍ଟି ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ଫଳରେ ଯୁବବାହିନୀ ହିଁ ଶ୍ରୀଲଙ୍କାରେ ନିଜର ଯାଦୁ ଦେଖାଇବେ ବ୍ୟାଟ ଓ ବଲରେ । ସେମାନଙ୍କ ଉପରେ ହିଁ ସବୁ ନିର୍ଭର କରିବ । ତେବେ ଦିନିକିଆ ଦଳରେ ରୋହିତ ଶର୍ମା ଓ ରନ ମେସିନ  କୋହଲି ଖେଳିବା ନିଶ୍ଚିତ । ଉଭୟ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରେ ୱିକେଟରକ୍ଷକ ଋଷଭପନ୍ତ ଓ ରିୟାନ ପରାଗ ଖେଳିବା ନେଇ ଏବେ ଚର୍ଚ୍ଚା ଚାଲିଛି । ତାହାସହ ଟିମ୍ ଇଣ୍ଡିଆରେ ୩ ଟି ବଡ ପରିବର୍ତ୍ତନ ହେବାର ସମ୍ଭାବନା ବି ବେଶ୍ ଅଧିକ । ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାର ସମ୍ଭାବନା ବି ଅଧିକ ରହିଛି । ସେପଟେ ଦିନିକିଆରେ ହିଟମ୍ୟାନ ରୋହିତ ଶର୍ମା ହିଁ ଅଧିନାୟକ ରହିବେ । ବିରାଟ ଓ ରୋହିତ ଏବେଠୁ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ତେବେ ଦ୍ରୁତ ବୋଲର ତଥା ଭାରତର ବ୍ରହ୍ମାସ୍ତ୍ର ବୁମ ବୁମ୍ ବୁମରାଙ୍କୁ ବିଶ୍ରାମ ଦେବା ପ୍ରାୟ ଥୟ । ତାଙ୍କୁ ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ସଜେଇ କି ରଖିଛି । ଫଳରେ ସେ ଏହି ସିରିଜ ଖେଳିବେ ନାହିଁ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.2 ° C
    18.2 °
    18.2 °
    84 %
    1.6kmh
    99 %
    Tue
    18 °
    Wed
    25 °
    Thu
    29 °
    Fri
    29 °
    Sat
    31 °

    ସମ୍ବନ୍ଧିତ