Monday, November 25, 2024
22.4 C
Odisha

    ଭାରତର ଶୀଘ୍ର ଭୋଟ ଗଣତି ପ୍ରକ୍ରିୟାକୁ ନେଇ ଆଶ୍ଚର୍ଯ୍ୟ ହେଲେ ମସ୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତ କିପରି ୯୦ କୋଟି ଭୋଟର ଗଣତି କରିଦେଉଛି ।  ଏହା ଆଶ୍ଚର୍ଯ୍ୟ କରିଛି ଆମେରିକାକୁ । ଏଲନ ମସ୍କ ସୋସିଆଲ ମିଡିଆ ଏକ୍ସରେ ଏକ  ପୋଷ୍ଟ କରି ଲେଖିଛନ୍ତି ଭାରତ କିପରି ଗୋଟିଏ ଦିନରେ ୬୪  କୋଟି ଭୋଟର କାଉଣ୍ଟିଙ୍ଗ  କରିଦେଉଛି । କିନ୍ତୁ  ଆମର ଏବେ ବି କାଲିଫୋର୍ନିଆରେ ଭୋଟ ଗଣତି ଚାଲିଛି । ଦୁନିଆର ସବୁଠାରୁ  ବଡ ନିର୍ବାଚନ  ପ୍ରକ୍ରିୟାର ଭୋଟ ଗଣତି ୪ ଜୁନ୍ ୨୦୨୪ ରେ ହୋଇଥିଲା ।ବିଧାନସଭା ନିର୍ବାଚନରେ ସେତେବେଳେ ୯୦ କୋଟି ରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଭୋଟ ଗଣତି ପ୍ରକ୍ରିୟା ଭୋଟ କେନ୍ଦ୍ରରେ ଗୋଟିଏ ଦିନରେ  ଶେଷ ହୋଇଥିଲା । ଏହା ପ୍ରକୃତରେ କୌଣସି ଚମତ୍କାର ଠୁ ବି କମ ନୁହେଁ । ବିଶ୍ୱ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ଆମେରିକା ଭଳି ଏକ ଟେକ୍ନୋଲୋଜି ଏବଂ ସୁବିଧା ସମୃଦ୍ଧ ଦେଶ ମଧ୍ୟ ଏହା କରିପାରେ ନାହିଁ । ଭାରତର ଏପରି ଶ୍ରୀଘ୍ର  ଭୋଟ୍ ଗଣତି କାର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇ ଏଲନ ମସ୍କ ଏପରି ଟୁଇଟ୍  କରିଛନ୍ତି ।

    ତେବେ ଭାରତରେ ଯେବେଠୁ  ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପ୍ରଚଳନ ହେବା ଆରମ୍ଭ ହୋଇଛି  ଗତ ତିନି ଦଶନ୍ଧିରୁ ଏପରି ପରିବର୍ତ୍ତନ ହୋଇଛି । ଭାରତରେ  ୨୦୨୪ ରେ ଲୋକସଭା  ନିର୍ବାଚନରେ ପାଖାପାଖି  ୨୦ ଲକ୍ଷ  ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ର ବ୍ୟବହାର କରାଯାଇଥିଲା । ଏଥିରେ ଇଭିଏମ ଏବଂ  ବିବିପିଏଟି  ଦୁଇଟି ମେସିନ ସାମିଲ ଥିଲା । ଗୋଟିଏ ଇଭିଏମରେ ସର୍ବାଧିକ  ୨୦୦୦  ଭୋଟ ରେକର୍ଡ  କରାଯାଇାପରେ ।  ପ୍ରାୟ  ୯୦ କୋଟି  ଭୋଟରଙ୍କ ଏକ ବିଶାଳ ନିର୍ବାଚନମଣ୍ଡଳୀ ପାଇଁ  ଏହି ମେସିନକୁ  ନିୟୋଜିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.4 ° C
    22.4 °
    22.4 °
    54 %
    1.6kmh
    100 %
    Mon
    19 °
    Tue
    26 °
    Wed
    25 °
    Thu
    27 °
    Fri
    22 °

    ସମ୍ବନ୍ଧିତ