Friday, October 16, 2026
22.3 C
Odisha

    ସତ ହେଲା ଋଷବଙ୍କୁ ନେଇ ଇରଫାନ କରିଥିବା ଭବିଷ୍ୟବାଣୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ହୋଇଥିଲା। ସାଉଦୀ ଆରବରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟାଜକ ଟିମ୍‌ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଥିଲେ। ଆଗାମୀ ଆଇପିଏଲ୍‌ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଥିଲା। ଏଥି ସହିତ ଋଷଭ ପନ୍ତ ଆଇପିଏଲ୍‌ ଇତିହାସରେ ସବୁଠାରୁ ଦାମୀ ଖେଳାଳି ପାଲଟିଥିଲେ। ତେବେ ଋଷବ ସବୁଠୁ ଦାମୀ ଖେଳାଳି ହେବେ ବୋଲି ପ୍ରାୟ ସମସ୍ତେ ଜାଣିଥିଲେ। କାରଣ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ନିଜ ଏକ୍ସ ପୋଷ୍ଟରେ ଏହାର ଘୋଷଣା କରିସାରିଥିଲେ। ନଭେମ୍ବର ୧୮ରେ ସେ ଏକ୍ସରେ ପୋଷ୍ଟ କରି ଲେଖିଥିଲେ, “ମିଚେଲ ଷ୍ଟାର୍କଙ୍କ ନିଲାମ ରେକର୍ଡ ବିପଦରେ ଅଛି। ଋଷବ ପନ୍ତ ଏହାକୁ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି।” ଇରଫାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ରବିବାର ଏହା ସତ ବୋଲି ପ୍ରମାଣ ହୋଇଥିଲା।

    ଏହା ପୂର୍ବରୁ ୨୦୨୩ରେ ଇରଫାନ ଏକ୍ସରେ ପୋଷ୍ଟ କରି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ସବୁଠୁ ଦାମୀ ଖେଳାଳି ହେବେ ବୋଲି କହିଥିଲେ, ଯାହା ନିଲାମି ପ‌ରେ ସତ ହୋଇଥିଲା। ଏବେ ୨୦୨୪ରେ ମଧ୍ୟ ତାଙ୍କ ଭବିଷ୍ୟବାଣୀ ସତ ହୋଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ