Friday, October 16, 2026
22.3 C
Odisha

    ଗୁଗୁଲ୍‌ ମ୍ୟାପ୍‌ ଦେଖାଇଦେଲା ଭୁଲ୍‌ ବାଟ: ପୋଲ ତଳକୁ ଖସି ୩ ମୃତ

    ଆଗକୁ ପଢନ୍ତୁ

    ବରେଲି:  ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୁଗୁଲ୍‌ ମ୍ୟାପ୍‌କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍‌ ମ୍ୟାପ୍‌ ତାଙ୍କୁ ଏକ ନିର୍ମ‌ାଣାଧୀନ ପୋଲ ଉପରେ ରାସ୍ତା ଦେଖାଇଥିଲା। ସେମାନେ ସେଦହି ପଟରେ ଗାଡ଼ି ନେଇ ଯାଉଥିବା ବେଳେ ‌ଶେଷରେ ସେହି ଅଧା ଖଣ୍ଡିଆ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ କହିଛି।

    ଏହି ଘଟଣା ହେଉଛି ଶନିବାର ଦିନର। ପୀଡିତଙ୍କ ମଧ୍ୟରୁ ଦୁଇଜଣ ବିବେକ ଏବଂ ଅମିତ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରେଲି ଅଭିମୁଖେ ଯାଉଥିଲେ। ସେମାନେ ରାସ୍ତା ଜାଣିନଥିବାରୁ ଗୁଗୁଲ୍ ମ୍ୟାପ୍‌ ଉପରେ ନିର୍ଭର କରୁଥିଲେ। ଯେଉଁଠାରେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଏକ ଖଣ୍ଡିଆ ଫ୍ଲାଏଓଭରକୁ ନେଇଗଲା।କାରଟି ବ୍ରିଜ ଉପରେ ଯାତ୍ରା କରୁଥିବା ବେଳେ ୫୦ ଫୁଟ ଉଚ୍ଚରୁ ରାମଗଙ୍ଗା, ଏକ ଗଭୀର ନଦୀକୁ ଖସି ପଡ଼ିଥିଲା। ପରଦିନ ସକାଳେ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ କାର ଏବଂ ମୃତ ତିନି ଜଣଙ୍କୁ ପାଇଥିଲେ। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେମାନେ ଏକ ୱାଗନର୍‌ରେ ଯାତ୍ରା କରୁଥିଲେ। ଏବେ ସୁଦ୍ଧା ୨ ଜଣଙ୍କ ପରିଚୟ ଜଣାପଡ଼ିଥିବା ବେଳେ ତୃତୀୟ ଜଣଙ୍କ ପରିଚୟ ଜାଣିବା ପାଇଁ ପୁଲିସ୍‌ ଚେଷ୍ଟା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ