Monday, September 28, 2026
29.4 C
Odisha

    ମହିଳା ଟି-୨୦ ବିଶ୍ୱକପ:ୟୁଏଇକୁ ହରାଇଲା ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହିଳା ଏସିଆ କପ୍‌ କ୍ରିକେଟ ଟି୨୦ରେ ରବିବାର ୟୁଏଇ ବିପକ୍ଷରେ ଭାରତ ୭୮ ରନ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଥର ଭାରତ ମହିଳା ଟି୨୦ରେ ୨୦୦ ରନ୍‌ ସ୍କୋର କରିବା ସହ କ୍ରମାଗତ ମ୍ୟାଚ୍‌ରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ଜବାବରେ ୟୁଏଇ ୨୦ ଓଭରରେ ୭ ଉଇକେଟରେ ୧୨୩ ରନ୍‌ରେ ସୀମିତ ରହିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୨ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ଶେଫାଳି ବର୍ମା ଦ୍ରୁତ ଆରମ୍ଭ କରି ୧୮ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୩୭ ରନ୍‌ କରିଥିଲେ। ସ୍ମୃତି ମନ୍ଧାନା ୯ ଓ ଦୟାଲାନ ହେମଲତା ୨ ରନ୍‌ କରି ଆଉଟ ହେବାରୁ ଭାରତ ସଙ୍କଟରେ ପଡିଥିଲା। ତେବେ ଅଧିନାୟିକା ହରମନ୍‌ପ୍ରୀତ୍‌ କୌର(୬୬) ଓ ରିଚା ଘୋଷ (୬୪*) ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ୫୨ ରନ୍‌ରେ ତୃତୀୟ ଉଇକେଟର ପତନ ପରେ ହରମନ୍‌ପ୍ରୀତ ଓ ଜେମିମା ରୋଡ୍ରିଗୁଏଜ(୧୪) ଚତୁର୍ଥ ଉଇକେଟରେ ୫୪ ରନ୍‌ ଯୋଡିଥିଲେ। ଜେମିମା ଆଉଟ ହେବା ପରେ ପଞ୍ଚମ ଉଇକେଟରେ ରିଚା ଓ ହରମନ୍‌ପ୍ରୀତ ୭୫ ରନ୍‌ ଯୋଡିଥିଲେ। ୨୦୨ ରନ୍‌ର ପିଛା କରୁଥିବା ୟୁଏଇ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୨୩/୭ରେ ସୀମିତ ରହିଥିଲା। ଦଳ ପକ୍ଷରୁ କଭିଶା ଏଡୋଗେଡ ଅପରାଜିତ ୪୦ ରନ୍‌ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ