Wednesday, October 7, 2026
22.1 C
Odisha

    ଚୀନ-ତାଇୱାନକୁ ବଡ଼ ଝଟକା ଦେବ ଭାରତ: ସେମିକଣ୍ଡକ୍ଟର ମାନ୍ୟୁଫାକଚରିଂ ନେଇ ସରକାରଙ୍କ ନୂଆ ଯୋଜନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଉତ୍ପାଦନ ପ୍ରସଙ୍ଗରେ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛି। ଭାରତ ଏବେ ଚୀନ-ତାଇୱାନକୁ ବଡ଼ ଝଟକା ଦେବାକୁ ଯୋଜନା କରିଛି। ଏନେଇ ସରକାର ନୂତନ କାରଖାନା ସ୍ଥାପନ ପାଇଁ ୧୦ ବିଲିୟନ ଡଲାରର ପ୍ରୋତ୍ସାହନ ଦେଉଛନ୍ତି। ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଭାରତରେ ସର୍ବୋତ୍ତମ ଡିଜାଇନ୍ ହୋଇଥିବା ସେମିକଣ୍ଡକ୍ଟର ଉତ୍ପାଦନକୁ ସକ୍ଷମ କରିବ ଏବଂ ଏହି କ୍ଷେତ୍ରରେ ତାଇୱାନ, ଦକ୍ଷିଣ କୋରିଆ ଏବଂ ଚୀନର ପ୍ରାଧାନ୍ୟ ହ୍ରାସ ପାଇବ।
    ଆସନ୍ତା ୫ ବର୍ଷ ମଧ୍ୟରେ ଭ‌ାରତ ଚିପମେକର୍ସ ଦୁନିଆର ଏକ ବଡ ଖେଳାଳି ହୋଇପାରିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତ ସର୍ବଦା ଉତ୍କୃଷ୍ଟ ନୀତି ଆପଣେଇଛି, ଯାହା ଭାରତରେ ନୂତନ ଫ୍ୟାବ (ସେମିକଣ୍ଡକ୍ଟର ଫ୍ୟାକେସନ୍ ପ୍ଲାଣ୍ଟ) ସ୍ଥାପନ ଏବଂ ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ନିର୍ମାତାମାନଙ୍କୁ ଆକର୍ଷିତ କରୁଛି।
    ସେମିକଣ୍ଡକ୍ଟର ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ। ସେଗୁଡିକ ଅଟୋମୋବାଇଲ୍ ଠାରୁ ଆରମ୍ଭ କରି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ ୱାସିଂ ମେସିନ୍ ପର୍ଯ୍ୟନ୍ତ ସବୁକିଛିରେ ବ୍ୟବହୃତ ହୋଇଥାଏ। କିଛି ସମୟ ପୂର୍ବରୁ ସେମିକଣ୍ଡକ୍ଟରର ଅଭାବ ଦେଖାଦେଇଥିଲା, ଯେଉଁଥିପାଇଁ ଅଟୋ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଭାରତରେ ରେନାଲ୍ଟ-ନିସାନ୍ ଠାରୁ ଆରମ୍ଭ କରି ହୁଣ୍ଡାଇ ପର୍ଯ୍ୟନ୍ତ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନୀଗୁଡିକର କାରଖାନା ଅଛି ।

    ସେହିପରି କମ୍ପ୍ୟୁଟର କ୍ଷେତ୍ରରେ ଡେଲ ଏବଂ ଆପଲ୍ ପରି ନିର୍ମାତାମାନେ ମଧ୍ୟ ଦେଶରେ କାରବାର କରୁଛନ୍ତି। ସାମସଙ୍ଗ ପରି ଇଲେକ୍ଟ୍ରୋନିକ୍ ନିର୍ମାତା ଟିଭି ଠାରୁ ୱାସିଂ ମେସିନ୍ ଏବଂ ରେଫ୍ରିଜରେଟର ପର୍ଯ୍ୟନ୍ତ ସବୁକିଛି ତିଆରି କରିଥାନ୍ତି। ବର୍ତ୍ତମାନ ଭାରତ ସେମିକଣ୍ଡକ୍ଟର ତିଆରି ସହିତ ଉତ୍ପାଦନ ମୂଲ୍ୟ ଶୃଙ୍ଖଳାକୁ ଆଗକୁ ନେବାକୁ ନଜର ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ୭୬,୦୦୦ କୋଟି ଟଙ୍କା ପ୍ରୋତ୍ସାହନରୁ ମାଇକ୍ରୋନ୍ ଏବଂ ଟାଟା ସମେତ ଚାରୋଟି କମ୍ପାନୀ ଉପକୃତ ହୋଇଛନ୍ତି। ଦେଶରେ ବିଶ୍ବର ଡିଜାଇନ୍ ପ୍ରତିଭାର ଏକ ତୃତୀୟାଂଶ ରହିଛି। ଏଭଳି ପରିସ୍ଥିତିରେ ଭାରତ ସେମିକଣ୍ଡକ୍ଟର ଉତ୍ପାଦନରେ ଶୀଘ୍ର ଆଗକୁ ଯାଇପାରିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ