Monday, September 28, 2026
23.1 C
Odisha

    ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ଭାରତର ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ ହାସଲ କରି ଇତିହାସ ରଚିଛି । ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍ ୮ ୱିକେଟ୍‌ରେ ପରାସ୍ତ କରିଛି। ମହିଳା ଟେଷ୍ଟ କ୍ରିକେଟରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଯାହା ଦୀର୍ଘ ୪୬ ବର୍ଷ ଧରି ହୋଇନଥିଲା ତାହା ଆଜି ହୋଇଛି । ୱ।ଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୨୧୯ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଥିଲେ ଭାରତୀୟ ଦଳ। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୪୦୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୭୮ ରନ୍ କରିଥିବା ବେଳେ ମନ୍ଧାନା ୭୪ ଓ ରଡ୍ରିଗଜ ୭୩ ରନ୍ କରିଥିଲେ । ରିଚା ଘୋଷ ୫୨ ଓ ପୂଜା ଭସ୍ତ୍ରାକର ୪୭ ରନ୍ କରିଥିଲେ। ୧୮୭ ରନର ବୃହତ ଅଗ୍ରଣୀ ନେଇଥିବାରୁ ଭାରତ ପାଇଁ ବିଜୟ ସହଜ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ