Monday, September 28, 2026
23.1 C
Odisha

    ଧମକ ଦେଇ ଲଢ଼ିବାକୁ ବାଧ୍ୟ କରିଥିଲା ରୁଷିଆ, ଯୁଦ୍ଧ ବେଳେ ଚାଲିଗଲା ହାଇଦ୍ରାବାଦ ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ବ୍ୟକ୍ତି ଜଣକ ମହମ୍ମଦ ଆସଫାନ ବୋଲି ଚିହ୍ନଟ କରାଯାଇଛି। ମହମ୍ମଦ ଆସଫାନ ରୁଷୀୟ ‌ସେନା ସହିତ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଥିଲେ। କୁହାଯାଉଛି ଯେ, ଜଣେ ଏଜେଣ୍ଟ ତାଙ୍କୁ ମିଛ କହି ରୁଷ ସେନାକୁ ହସ୍ତାନ୍ତର କରିବା ପରେ ମହମ୍ମଦ ଆସଫାନଙ୍କୁ ବିଭିନ୍ନ ପ୍ରକାରର ଧମକ ଦିଆଯାଇଥିଲା। ଧମକକୁ ଡରି ସେ ଯୁଦ୍ଧରେ ସାମିଲ ହୋଇଥିବା ବେଳେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମହମ୍ମଦ ଆସଫାନ ହାଇଦ୍ରାବାଦର ବାସିନ୍ଦା ହୋଇଥିବା ବେଳେ ଘରେ ପତ୍ନୀ ଓ ୨ପିଲା ରହୁଥିଲେ। ରୁଷ ସେନା ୭ଜଣ ଭାରତୀୟଙ୍କୁ ବାଧ୍ୟ କରି ଯୁଦ୍ଧ ଲଢ଼ିବାକୁ କହୁଥିବା ଖବର ସାମ୍ନାକୁ ଆସିବା ପରେ ମହମ୍ମଦ ଆସଫାନଙ୍କ ମୃତ୍ୟୁ ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ସମୟ ତଳେ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଥି‌ଲା। ଭିଡିଓରେ ୭ଜଣ ପୁରୁଷ ରୁଷ ସେନାର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥିଲେ। ସେମାନେ ଏକ ବନ୍ଦ ଘରେ ଠିଆ ହୋଇଥିବା ବେଳେ ରୁମଟି ବହୁତ ଅପରିସ୍କାର ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ୬ଜଣ ଏକ କୋଣରେ ଠିଆ ହୋଇଥିବାବେଳେ ହରିୟାଣାର ୧୯ ବର୍ଷ ବୟସ୍କ ହର୍ଷ ଭିଡିଓ ରେକର୍ଡ କରି ସେମାନଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସାହାଯ୍ୟ ମାଗୁଥିବା ଭିଡିଓରେ ଦେଖାଯାଇଥିଲା।

    ଭିଡିଓରେ ହର୍ଷ କହୁଥିଲେ ଯେ, ୯୦ଦିନର ଭିସା ସହ ସେମାନେ ଋଷ ଆସିଥିଲେ। କିଛି ଦିନ ଜଣେ ଏଜେଣ୍ଟ ସେମାନଙ୍କୁ ରୁଷରେ ବୁଲାଇବା ପରେ ବେଲାରୁଷ ବୁଲିବାକୁ ଯିବା ପାଇଁ କହିଥିଲେ। ସେଠାକୁ ଯିବା ପା‌ଇଁ ଭିସା ଆବଶ୍ୟକ ବୋଲି ସେମାନେ ଜାଣିନଥିବାରୁ ବେଲାରୁଷରେ ପହଞ୍ଚିବା ପରେ ପ୍ରବେଶ ପାଇଁ ଏଜେଣ୍ଟଜଣକ ଅଧିକ ଟଙ୍କା ମାଗିଥିଲେ। ୭ଜଣକ ପାଖରେ ଟଙ୍କା ନଥିବାରୁ ଏଜେଣ୍ଟ ତାଙ୍କୁ ଅଧା ବାଟରେ ଛାଡ଼ି ଚାଲିଯାଇଥିଲେ। ସେଠାରୁ ତାଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ପୁଲିସ ୭ଜଣଙ୍କୁ ରୁଷ ସେନାକୁ ହସ୍ତାନ୍ତର କରିଥିବା ବେଳେ ଏବେ ସେମାନେ ୭ଭାରତୀୟଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ କରୁଛନ୍ତି। ତାଙ୍କ ପୂର୍ବରୁ ମଧ୍ୟ କିଛି ଭାରତୀୟଙ୍କୁ ରୁଷ ଯୁଦ୍ଧ ଲଢ଼ିବାକୁ ପଠାଇ ସାରିଥିବା ଦାବି କରିଥିଲେ ହର୍ଷ। ସେମାନଙ୍କ ମଧ୍ୟରେ ମହମ୍ମଦ ଆସଫାନ ଥିବା ନେଇ ଚର୍ଚ୍ଚା ଜୋର ଧରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ