Wednesday, October 23, 2024
21.7 C
Odisha

    ୩ୟ ଟି-୨୦ : ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା ଦଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୩ୟ ଟି-୨୦ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ୧୦ ଓ୍ଵିକେଟରେ ବିଜୟୀ କରାଇଛି। ଏହା ଫଳରେ ସିରିଜ ୧-୧ରେ ଶେଷ ହୋଇଛି । ସିରିଜର ପ୍ରଥମ ମ୍ୟାଚ୍ ଭାରତ ହାରିବା ପରେ ଦ୍ବିତୀୟ ମ୍ୟାଚ୍ ରେ ବର୍ଷା ହୋଇଥିଲା। ତୃତୀୟ ଟି-୨୦ ଭାରତ ପାଇଁ କର ବା ମର ଥିଲା । ଏହି ମ୍ୟାତକୁ ମହିଳା ଦଳ ଏକତରଫା ଭାବେ ଜିତିନେଇଛି। ଏହି ମ୍ୟାଚରେ ଭାରତର ଅଧିନାୟିକା ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପୂଜା ବସ୍ତ୍ରକର ଓ ରାଧା ଯାଦବଙ୍କ ମାରାତ୍ମକ ବୋଲିଂ ଦକ୍ଷିଣ ଆଫ୍ରିକାକୁ ୮୪ ରନରେ ସୀମିତ ରଖିଥିଲା । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଦଳ ୮୪ ରନ କରିଥିବାବେଳେ ଭାରତ ବିନା କୌଣସି ଓ୍ବିକେଟ ନହରାଇ ମ୍ୟାଚକୁ ଜିତିନେଇଛି । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୫୪ ରନ କରିଥିବାବେଳେ ଶେଫାଳି ବର୍ମା ୨୭ ରନ କରିଥିଲେ ।

    ତିନି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତ ୧୨ ରନ୍ ରେ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଭାବେ ଖେଳାଯାଇ ପାରିନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ