Thursday, March 19, 2026
23.2 C
Odisha

    ଭାରତର ଚିନ୍ତା ବଢ଼ିଲା: ସୀମାରେ ୧୭୫ ଗାଁ ସ୍ଥାପନ କରୁଛି ଚୀନ୍

    ଆଗକୁ ପଢନ୍ତୁ

    ବେଜିଂ: ଚୀନ୍ ପୁଣି ଅରୁଣାଚଳ ପ୍ରଦେଶ ସୀମାରେ ନିଜର ଘୃଣ୍ୟ କାର୍ଯ୍ୟକଳାପ ଆମ୍ଭ କରିଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ର ନିଜର ପାର୍ଶ୍ୱରେ ୧୭୫ ଟି ନୂତନ ଗ୍ରାମ ନିର୍ମାଣ ପାଇଁ ଚୀନ୍ ପ୍ରସ୍ତୁତି ଚଳାଇଛି। ଟ୍ରିବ୍ୟୁନ୍ ଇଣ୍ଡିଆ ଏହାର ରିପୋର୍ଟରେ ଏହି ବିଷୟରେ ସୂଚନା ଦେଇଛି। ଏହାପୂର୍ବରୁ ଚୀନ୍ ଏଲଏସି ନିକଟରେ ୬୨୮ ଟି ଆଧୁନିକ ଗ୍ରାମ ପ୍ରତିଷ୍ଠା କରିସାରିଛି। ଟ୍ରିବ୍ୟୁନ୍ ସୂତ୍ରରୁ ପ୍ରକାଶ ଆଞ୍ଚଳିକ ଦାବିକୁ ଦୃଢ଼ କରିବା ଏବଂ ଏଲଏସି ସହିତ ସାମରିକ ପ୍ରସ୍ତୁତି ବଢ଼ାଇବା ପାଇଁ ଚୀନ୍ ଏହି ଗ୍ରାମଗୁଡିକ ପ୍ରତିଷ୍ଠା କରୁଛି

    ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ଚୀନ୍ ସିଚୁଆନ୍-ତିବ୍ଦତ ରେଳ ଲାଇନର ସମ୍ପ୍ରସାରଣ, ହୋଟାନ୍-ଶିଗାଟସେ ଏବଂ ଗିରୋଙ୍ଗ-ଶିଗାଟେ ରେଳ ଲାଇନ ଉପରେ ପ୍ରାଥମିକ କାର୍ଯ୍ୟ ଏବଂ ଚେଙ୍ଗଡୁ-ୱୁହାନ୍-ସାଂଘାଇ ହାଇସ୍ପିଡ୍ ରେଳ ନେଟୱାର୍କ କରିବାକୁ ଯୋଜନା କରିଛି। ଏହି ଅଞ୍ଚଳରେ ଏହାର ପ୍ରଭାବକୁ ମଜବୁତ କରିବା ପାଇଁ ତିବ୍ଦତର ଏକୀକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜୀନ୍ ଭିତ୍ତିଭୂମି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରୁଛି।

    ଗତ ସପ୍ତାହରେ, ଚୀନ୍ ତିବ୍ଦତ ଦଖଲକୁ ଲୁଚାଇବା ପାଇଁ ଏଲଏସିର ନିଜ ପାର୍ଶ୍ୱରେ ଏକ ଉତ୍ସବ ଆୟୋଜନ କରିଥିଲା। ଗଣତାନ୍ତ୍ରିକ ସଂସ୍କାରର ୬୫ତମ ବାର୍ଷିକୀ ଭାବରେ ଚୀନ୍ ଏହାକୁ ପ୍ରୋତ୍ସାହିତ କରିଥିଲା। ୨୮ ମାର୍ଚ୍ଚ ୧୯୫୯ ରେ ଚୀନ୍ ତିବ୍ଦତର ଦଲାଇ ଲାମା ସରକାରକୁ ବରଖାସ୍ତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    55 %
    2kmh
    97 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ