Monday, September 28, 2026
27.5 C
Odisha

    ବିବାହକୁ ଦେଢ଼ବର୍ଷ ହୋଇଥିବା ବେଳେ ଲୋକପ୍ରିୟ ୟୁଟ୍ୟୁବରଙ୍କ ସ୍ବାମୀଙ୍କ ହେଲା ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତଅଗଷ୍ଟ ୧୯ ତାରିଖରେ ଲୋକପ୍ରିୟ ୟୁଟ୍ୟୁବରଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ମୃତକ ଜଣକ ବି ଲୋକପ୍ରିୟ ୟୁଟ୍ୟୁବର ଥିଲେ ନାମ ତାଙ୍କର ଅଙ୍କିତ କଲାରା ବୟସ ୨୯ବର୍ଷ ।ଅଙ୍କିତଙ୍କ ସ୍ତ୍ରୀ ହେଉଛନ୍ତି ଇନଶା ଘାଇ କଲରା।
    ସୋସିଆଲ ମିଡିଆରେ ଇନଶା ଘାଇ ଓ ତାଙ୍କ ସ୍ୱାମୀ ଅଙ୍କିତ ଦୁହେଁ ଖୁବ ‌ଲୋକପ୍ରିୟ। ଇନଶା ଅଗଷ୍ଟ ୨୧ ତାରିଖରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସ୍ବାମୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଜଣାଇଥିଲେ।

    ଏହି ପୋଷ୍ଟରେ ଅଙ୍କିତଙ୍କ ଏକ ଫଟୋ ଦେଇ ଇନଶା ଲେଖିଥିଲେ, ‘ଏହି ଲଭିଂ ମେମୋରି ଅଫ ଅଙ୍କିତ କଲରା ୨୪.୦୩.୧୯୯୫- ୧୯.୦୮.୨୦୨୪। ପ୍ଲିଜ ଅଙ୍କିତ ତୁମେ ଫେରିଆସ। ବହୁତ ମନେପଡ଼ୁଛ। ତୁମ ବିନା ମୁଁ କେମିତି ବଞ୍ଚିବି କୁହ। ମୋତେ ଏମିତି ଏକା କରି ଛାଡ଼ି ଯିବା ଟା କ’ଣ ଠିକ କଲ।’
    ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ଅଙ୍କିତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲା। ଅଙ୍କିତଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖବର ପାଇ ତାଙ୍କ ଫ୍ୟାନ୍ସମାନେ ଚିକିତ ହୋଇଯିବା ସହିତ ପ୍ରିୟ ୟୁଟ୍ୟୁବରଙ୍କ ଆତ୍ମାର ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ