Tuesday, March 17, 2026
25.4 C
Odisha

    ଜାନୁଆରିରେ ତିନିଦିନିଆ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶ୍ରୀଜଗନ୍ନାଥ ଚେତନା ଗବେଷଣା, ପୁରୀ ପକ୍ଷରୁ ଆଗାମୀ ବର୍ଷ ଜାନୁଆରି ୬,୭ ଓ ୮ ତିନିଦିନ ଧରି ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ’ ଭୁବନେଶ୍ବରସ୍ଥିତ ଆଇଏମଏମଟି ସଭାକକ୍ଷରେ ଅନୁଷ୍ଠିତ ହେବ। ଏଥିରେ ସାରା ବିଶ୍ବରୁ ୫୦୦ରୁ ଅଧିକ ପ୍ରତିନିଧି ଭାଗ ନେବେ। ସାରା ଭାରତରେ ତଥା ଅନ୍ୟ ଦେଶରେ ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି ସେ ସବୁ ସ୍ଥାନରୁ ପ୍ରତିନିଧିମାନେ ଉପସ୍ଥିତ ରହି ଚେତନା ଓ ସଂସ୍କୃତି ସଂପର୍କରେ ପ୍ରଶିକ୍ଷଣ ନେବେ।
    ଏନେଇ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀର ଅଧ୍ୟକ୍ଷ ସୁଦର୍ଶନ ନାୟକ (ଅବସରପାପ୍ତ ଆଇଏଏସ୍) ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି, ୬ ତାରିଖ ପୂର୍ବାହ୍ନରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଉଦଘାଟନ କରିବେ। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୭ ତାରିଖ ସନ୍ଧ୍ୟା ୫ଟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି। ୮ ତାରିଖ ଦିନ ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଉପସ୍ଥିତ ରହିବା ପାଇଁ ନିମ‌ନ୍ତ୍ରଣ କରାଯାଇଛି। ଏହି ଦିନ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ଗବେଷଣା ସମ୍ମାନ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ ଜ୍ଞାନୀଗୁଣୀ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ଆମେ ତାଙ୍କ ଉପସ୍ଥିତି ପାଇଁ ପ୍ରାର୍ଥନା କରିଛୁ। ଗଜପତି ମହାରାଜା ଏହି କର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ରହିଛନ୍ତି।

    ଏହି କାର୍ଯ୍ୟକ୍ରମରେ ପୂଜ୍ୟ ମାଧବାନନ୍ଦଜୀ ସରସ୍ବତୀ, ପୂଜ୍ୟ ପ୍ରଜ୍ଞାନାନନ୍ଦ ସରସ୍ବତୀ, ପୂଜ୍ୟ ସଦାନନ୍ଦ ସରସ୍ବତୀ ତଥା ପୂଜ୍ୟ କେଶବାନନ୍ଦଜୀ ସରସ୍ବତୀ ତଥା କୃଷ୍ଣପ୍ରେମାନନ୍ଦଜୀ ସରସ୍ବତୀ ପ୍ରମୁଖ ସାଧୁସନ୍ଥମାନେ ବିଭିନ୍ନ ବିଷୟରେ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଆଶୀର୍ବଚନ ପ୍ରଦାନ କରିବେ। ତାହା ଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାରରେ ଗଠନମୂଳକ ଭୂମିକା ଗ୍ରହଣ କରିପାରିବେ।
    ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳିଙ୍ଗ ହସ୍‌ପିଟାଲର ଚେୟାରମ୍ୟାନ ଡ. ଶୀତକଣ୍ଠ ଦାଶ ଆବାହକ ରହିଛନ୍ତି। ଏହାଛଡ଼ା ସଚ୍ଚିଦାନନ୍ଦ ଦାସ ବାବାଜୀ, ମହନ୍ତ ରାମକୃଷ୍ଣ ଦାସ, ଡ. ନରେଶ ଚନ୍ଦ୍ର ଦାସ, ଡ. ଅସିତ ମହାନ୍ତି, ପ୍ରଦୀପ୍ତ କୁମାର ସାହୁ, ଡା. କରୁଣାକର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ବାସୁଦେବ ଭଟ୍ଟ, ରବିନାରାୟଣ ସାମନ୍ତରାୟ ଓ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    41 %
    2kmh
    100 %
    Mon
    24 °
    Tue
    36 °
    Wed
    36 °
    Thu
    35 °
    Fri
    34 °

    ସମ୍ବନ୍ଧିତ