Sunday, August 30, 2026
24.9 C
Odisha

    ଓଡ଼ିଶାରେ ସରକାର ପରିବର୍ତ୍ତନ, ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ। କିନ୍ତୁ ଏବେ ବି ଓଡ଼ିଶା ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୨୫ ବର୍ଷ ଭିତରେ ଏଠାରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକ୍ତ ହେଲେ ଓଡ଼ିଶା ହସିବ। ଓଡ଼ିଶାର ଅସ୍ମିତା ଏବେ ସଂକଟରେ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

    ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରି ତାରିଖ। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ।

    ଏହାପୂର୍ବରୁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଥିବା ବେଳେ ମଧ୍ୟ ସମାନ କଥା କହିଥିଲେ। କେବଳ ଏତିକି ନୁହେଁ ଓଡ଼ିଶାରୁ ନବୀନ ସରକାର ବିଦାୟ ନେବ ବୋଲି ସ୍ପଷ୍ଟ ଭାବେ କହିଥିଲେ। ଏହାସହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିବାକୁ ପଛାଇନଥିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଓଡ଼ିଶା ଗସ୍ତ ପୂର୍ବରୁ ପୁଣିଥରେ ବିଜେପି ସରକାର ଗଠନ ନେଇ ମୋଦୀ ଦମ୍ଭୋକ୍ତି ଦେଖାଇବା ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.9 ° C
    24.9 °
    24.9 °
    92 %
    2.2kmh
    100 %
    Sun
    25 °
    Mon
    24 °
    Tue
    23 °
    Wed
    27 °
    Thu
    27 °

    ସମ୍ବନ୍ଧିତ