Saturday, April 4, 2026
29 C
Odisha

    ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଅକ୍ଷତ କଳସ ସହ ନିମନ୍ତ୍ରଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ନିମନ୍ତ୍ରଣ ଅକ୍ଷତ କଳସ ଆସି ଭୁବନେଶ୍ୱରରେ ପହଞ୍ଚିଛି। ଆଜି ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ପହଞ୍ଚିଛନ୍ତି। ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ନିମନ୍ତ୍ରଣ ପତ୍ର ସହ କାର୍ଯ୍ୟକର୍ତ୍ତାମାନେ ଆସନ୍ତା ଜାନୁଆରି ମାସ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ନିଜ ପ୍ରଭାବ କ୍ଷେତ୍ରରେ ଯଥାସମ୍ଭବ ଏକ ମହୋତ୍ସବ ରୂପେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।

    ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଓଡ଼ିଶା ପ୍ରାନ୍ତର କର୍ମକର୍ତ୍ତା ଶୁଭ୍ରାଂଶୁ ଶେଖର ଶତପଥୀ କହିଛନ୍ତି ଏହି ଐତିହାସିକ ମହୋତ୍ସବକୁ ଏକ ଭବ୍ୟ ରୂପରେଖ ଦେବା ପାଇଁ ପ୍ରଶାସନିକସ୍ତରରେ ସହଯୋଗ କାମନା କରିଥିଲେ। ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ୱର ମହାନଗର ପ୍ରମୁଖ ଶୁଭ୍ରାଂଶୁ ଶେଖର ଶତପଥୀ, ଉମାଶଙ୍କର ଆଚାର୍ଯ୍ୟ, ପ୍ରସନ୍ନ କୁମାର ସେନାପତି, ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ