Thursday, October 15, 2026
28.2 C
Odisha

    ରାମ ମନ୍ଦିରର ପୂଜାରୀ ପାଇଁ ବଛାଯାଇଥିବା ମୋହିତ ପାଣ୍ଡେ କିଏ ଜାଣନ୍ତୁ…

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ ମଧ୍ୟରୁ ପାଣ୍ଡେଙ୍କୁ ଚୟନ କରାଯାଇଛି ମୋହିତଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କର ଜନ୍ମ ୨୦୦୨ ମସିହା ନଭେମ୍ବର ୧୦ ତାରିଖରେ ସୀତାପୁର ବେଲହାଉରାରେ ହୋଇଥିଲା।  ଧର୍ମ ରାସ୍ତାରେ ଚାଲିବାର ପ୍ରେରଣା ସେ ତାଙ୍କ ଦାଦାଙ୍କ ଠାରୁ ଶିକ୍ଷା କରିଥିବା କହିଛନ୍ତି। ମୋହିତ ପାଣ୍ଡେଙ୍କୁ ତାଙ୍କ ଦାଦା ହିଁ ଦୁଧେଶ୍ୱରନାଥ ବେଦ ବିଦ୍ୟାପୀଠରେ ଭର୍ତ୍ତି କରିଥିଲେ। ସେଠାରେ ସେ ସାତ ବର୍ଷ ଧରି ଅଧ୍ୟୟନ କରିଥିଲେ । ଏହାପରେ ଅଧିକ ଅଧ୍ୟୟନ ପାଇଁ ସେ ତିରୁପତିସ୍ଥିତ ଭେଙ୍କଟେଶ୍ବର ବୈଦିକ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ । ପାଠପଢ଼ା ସମୟରେ ମୋହିତ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିଲେ। ନିଜ ଚେଷ୍ଟା ଓ ବୁଦ୍ଧି ବଳରେ ମୋହିତ ରାମମନ୍ଦିରର ପୂଜାରୀ ପାଇଁ ହୋଇଥିବା ସାକ୍ଷାତକାରରେ ସଫଳ ହୋଇ ପୂଜାରୀ ପାଇଁ ଚୟନ ହୋଇଛନ୍ତି। ଚୟନ ହେବାପରେ ଏବେ ମୋହିତଙ୍କୁ ୬ମାସର ପ୍ରଶିକ୍ଷଣ ଦିଆଯିବ।

    ଦୁଧେଶ୍ୱର ନାଥ ବେଦ ବିଦ୍ୟାପୀଠାର ବର୍ତ୍ତମାନ ଅଧ୍ୟାପକ ଥିବା ନିତ୍ୟାନନ୍ଦ ଆଚାର୍ଯ୍ୟ କହିଛନ୍ତି ‘ମୋହିତ ପାଣ୍ଡେ  ବୈଦିକ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଙ୍କ ମଧ୍ୟରେ ବୁଦ୍ଧିମାନ ଥିଲେ। ତାଙ୍କର ସ୍ମରଣଶକ୍ତି ଖୁବ ତୀକ୍ଷ୍ମ। ମୋହିତ ପାଠପଢ଼ିବା ଆରମ୍ଭ କରିବା ଦିନରୁ ଭଗବାନ ରାମଙ୍କ ‌ସେବା କରିବାକୁ ଚାହୁଁଥି‌ଲେ। ରାମମନ୍ଦିରର ପୂଜାରୀ ଭାବେ ମୋହିତଙ୍କ ଚୟନ ହେବା ଖବର ଆସିବା ପରେ ଏହା ସମ୍ପୂର୍ଣ୍ଣ ଗାଜିଆବାଦ ସନ୍ତ ସମାଜ ପାଇଁ ଖୁସି ଓ ଗର୍ବର ବିଷୟ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ