Monday, April 6, 2026
33.6 C
Odisha

    IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦରେ ଅବସ୍ଥାପିତ ରହିବେ। ବରିଷ୍ଠ ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଏହାପୂର୍ବରୁ ଇନ୍‌ଚାର୍ଜ ପୁଲିସ ଡିଜି ଥିଲେ ଅରୁଣ ଷଡ଼ଙ୍ଗୀ। ପୂର୍ବରୁ ଆଇଏଏସ୍ ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସେ ଗତବର୍ଷ ପଦବୀରୁ ଅବସର ନେଇଥିଲେ। ଏହାପରେ ରାଜ୍ୟ ସରକାର ଓପିଏସସି ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଆୟୋଗର ଇନଚାର୍ଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ୨୦୨୩ ଅଗଷ୍ଟ ୩ତାରିଖରୁ ଓପିଏସସି ସଦସ୍ୟ ସନତ କୁମାର ମହାନ୍ତି ଓପିଏସସିର ଇନଚାର୍ଜ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ