Monday, September 21, 2026
24.5 C
Odisha

    ଆସନ୍ତା ସପ୍ତାହ ସୁଦ୍ଧା ଆଳୁ ଦର ଖସିବ, ବଜାରକୁ ଆସିବ ନୂଆ ଆଳୁ

    ଆଗକୁ ପଢନ୍ତୁ

    ଆସନ୍ତା ସପ୍ତାହ ସୁଦ୍ଧା ଆଳୁ ଦର ଖସିବ । ବଜାରକୁ ନୂଆ ଆଳୁ ଆସିବ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା  । ଦୈନିକ ୪ ହଜାରରୁ ୪୫୦୦ ମେଟ୍ରିକ ଟନ୍ ଆଳୁ ଦରକାର । ଏବେ କ୍ବିଣ୍ଟାଲ ପିଛା ୩୧ ଶହରୁ ୩୩ଶହ ଟଙ୍କା ରହିଛି । ଖାଉଟି ସ୍ବାର୍ଥକୁ ଗୁରୁତ୍ବ ଦେବା ବ୍ୟବସାୟୀଙ୍କ କର୍ତ୍ତବ୍ୟ। ନୀତି ନୈତିକତା ସଚ୍ଚୋଟ ରହିବା ଦରକାର । ଆଳୁ ଦର ନେଇ ସରକାରଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ଯେଉଁଠି ଦର ଅଧିକ ରହୁଛି ସେଠାରେ ସଂଘକୁ ଜଣାନ୍ତୁ ବୋଲି କହିଛନ୍ତି ସୁଧାକର ପଣ୍ଡା ।ଅନ୍ୟପଟେ ଆଳୁ ଦର ବଢିଚାଲିଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଚଢାଉ କରାଯାଇଛି। ଆଳୁ ଗାଡ଼ି ଓ ଗୋଦାମ ଯାଞ୍ଚ କରିଛନ୍ତି ଅଧିକାରୀ। ଗୋଟଏ ପଟେ ଆଳୁ ଦରକୁ ନେଇ ଓଡ଼ିଶାରେ ଖାଉଟି ଅସନ୍ତୁଷ୍ଟ। ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଟିମବଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟବସାୟୀ ।

    ଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ। ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପଡ଼ୋଶୀ ରାଜ୍ୟକୁ ଆଳୁ ଯୋଗାଣ ପ୍ରସଙ୍ଗରେ କୋଲକାତା ଖାଦ୍ୟ ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ଯୋଗାଣ ସଂଘ ଓ ବିଭାଗୀୟ ମନ୍ତ୍ରୀ ବେଚାରାମ ମାନ୍ନାଙ୍କ ସହ ବୈଠକ ବସିଥିଲା । ତେବେ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ନିଜ ରାଜ୍ୟରେ ଆଳୁ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସଂଘ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ