Saturday, April 11, 2026
30.4 C
Odisha

    କପି କଲାବେଳେ ଧରାପଡ଼ିଲେ ଅବସରପ୍ରାପ୍ତ ଆଇପିଏସ ଅଫିସର

    ଆଗକୁ ପଢନ୍ତୁ

    କାନପୁର: ପରୀକ୍ଷାବେଳେ କପି କରି ଧରାପଡ଼ିଲେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଉତ୍ତରପ୍ରଦେଶର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ରାଜେଶ କୁମାରଙ୍କ ନାମରେ ନକଲ କରୁଥିବା ଅଭିଯୋଗ ଆସିଛି | ମିଳିଥିବା ସୂଚନା ମୁତାବକ ଲଖନଉର କେଏମସି ଭାଷା ବିଶ୍ୱବିଦ୍ୟାଳୟରେ ଏଲଏଲବି ପ୍ରଥମ ସେମିଷ୍ଟାର ପରୀକ୍ଷା ଦେବା ସମୟରେ ସେ ଦୁଇଥର ନକଲ କରିଥଲେ। ସେ ଦୁଇଥର କପି କରୁଥିବାବେଳେ ଧରାପଡ଼ିଛନ୍ତି | ୟୁନିଫର୍ମ ପିନ୍ଧି ଯେଉଁ ଆଇନକୁ ସେ ସୁରକ୍ଷା ଦେବା କଥା ସେ ହିଁ ନିୟମକୁ ଭାଙ୍ଗି ଧରାପଡିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜେଶ କୁମାର କପି କରୁଥିବାବେଳେ ଧରାପଡିଛନ୍ତି ।
    ଏଲଏଲବି ପରୀକ୍ଷାର ପ୍ରଥମ ସେମିଷ୍ଟାରରେ ରାଜେଶ କୁମାର ପୂର୍ବରୁ ପ୍ରସ୍ତୁତ ଚିଟ୍ ବ୍ୟବହାର କରି ନକଲ କରୁଥିଲେ | ସେ ଉତ୍ତର ଖାତାରେ ଚିଟରେ ଲେଖାଯାଇଥିବା ଉତ୍ତର ମଧ୍ୟ ଲେଖିଥିଲେ | ବୁଧବାର ଦିନ ପରୀକ୍ଷାରେ ନିୟୋଜିତ ଅଧିକାରୀମାନେ କୁମାରଙ୍କ ନକଲ ବାବଦରେ ପ୍ରକାଶ କରିଥିଲେ। କେଏମସି ଭାଷା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଭାବନା ମିଶ୍ର କହିଛନ୍ତି, ‘ତାଙ୍କର କପି ଜବତ କରାଯାଇଥିଲା ଓ ପ୍ରଶ୍ନର ଉତ୍ତର ଲେଖିବା ପାଇଁ ତାଙ୍କୁ ଏକ ନୂଆ ଉତ୍ତର ଖାତା ଦିଆଯାଇଥିଲା । ଗୁରୁବାର ଯାଞ୍ଚ ବେଳେ ତାଙ୍କଠାରୁ ଏକ ସମାନ ଧରଣର ନକଲ ଜବତ କରାଯାଇଥିଲା | ସେ କ୍ରମାଗତ ଭାବରେ କପି କରିବାକୁ ଚେଷ୍ଟା କରୁଥିବାରୁ ପୂର୍ବତନ ଆଇପିଏସକୁ କଲେଜ କର୍ତ୍ତୃପକ୍ଷ କଡା ଚେତାବନୀ ଦେଇଛନ୍ତି। କୁଳପତି ପ୍ରଫେସର ଏନ.ବି ସିଂ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଏହି ପ୍ରସଙ୍ଗରେ ନଜର ରଖିଛି। ପରୀକ୍ଷାରେ କାହାକୁ ନକଲ କରିବାକୁ ଦିଆଯିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ