Friday, October 16, 2026
22.3 C
Odisha

    ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ୍‌ ଶର୍ମା

    ଆଗକୁ ପଢନ୍ତୁ

    ଜୟପୁର: ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ରୂପେ ‘ବିଜେପି’ ବିଧାୟକ ଭଜନଲାଲ୍‌ ଶର୍ମା ଶପଥ ଗ୍ରହଣ କରିଛନ୍ତି। ପ୍ରଖ୍ୟାତ ଆଲ୍‌ବର୍ଟ ହଲ୍‌ରେ ରାଜ୍ୟପାଳ କଲରାଜ ମିଶ୍ରା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶର୍ମାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଦ୍ୟାଧର ନଗର ବିଧାୟିକା ଦୀୟା କୁମାରୀ ଓ ଦୂଦୂ ବିଧାୟକ ପ୍ରେମ୍‌ଚନ୍ଦ୍‌ ବୈର୍‌ୱା।

    ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଗଜେନ୍ଦ୍ର ସିଂହ ଶେଖାୱତ୍‌, ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଯୋଗ ଦେଇଥିଲେ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତ୍ରୀ ବସୁନ୍ଧରା ରାଜେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ।
    ଆଜି ମଧ୍ୟ ଭଜନଲାଲ୍‌ଙ୍କର ଜନ୍ମଦିନ। ଶପଥ ନେବାକୁ ଯିବା ଆଗରୁ ଆଜି ସକାଳେ ‘ବିଜେପି’ ନେତା ଭଜନଲାଲ୍‌ ଶର୍ମା ଜୟପୁରସ୍ଥିତ ମୋତି ଡୁଙ୍ଗ୍‌ରି ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଟୋଙ୍କ୍‌ ରୋଡ୍‌ସ୍ଥିତ ପିଞ୍ଜରାପୋଲ୍‌ ଗୋଶାଳାକୁ ଯାଇ ଗୋରୁଙ୍କୁ ଖୁଆଇଥିଲେ। ତାଙ୍କ ସହିତ ଉପସ୍ଥିତ ଥିଲେ ପରିବାର ଲୋକେ ଓ ସମର୍ଥକମାନେ।

    ତା’ପରେ ଶର୍ମା ଜବାହର ସର୍କଲ୍‌ ନିକଟ ବାଲାଜୀ ଟାୱାର୍‌ରେ ଥିବା ବାସଭବନକୁ ଯାଇ ପିତାମାତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ଉତ୍ସବସ୍ଥଳ ପରିସରରେ ଥିବା ଶିବ ମନ୍ଦିରରେ ଦର୍ଶନ କରିବା ପରେ ସେ ଶପଥ ପାଠ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ