Friday, October 9, 2026
21.5 C
Odisha

    ଦିବାଲୋକରେ କଲେଜ ଛାତ୍ରଙ୍କୁ ଛୁରି ଭୁସିଦେଲେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସଂଦେହ

    ଆଗକୁ ପଢନ୍ତୁ

    ରାୟଗଡ଼ା ସହରରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡା ହୋଇଛି। ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଦ୍ବିତୀୟ ବର୍ଷ ଛାତ୍ର ପ୍ରମୋଦ କଲକାଙ୍କୁ ୩ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅତିରିକ୍ତ ଏଡିପି ବିଷ୍ଣୁ ପ୍ରସାଦ ପାତ୍ର,ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ରାୟଗଡା ଥାନା ଅଧିକାରୀ କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
    ଆଜି ସକାଳ ସାଢେ ଦଶଟାରୁ ଏଗାରଟା ସମୟ ମଧ୍ୟରେ ପ୍ରମୋଦ ନିଜ ମାମୁଁଙ୍କ ଝିଅକୁ ସ୍ଥାନୀୟ ଗୌତମ ନଗରସ୍ଥିତ ମହିଳା ମହାବିଦ୍ୟାଳୟକୁ ଛାଡ଼ିବାକୁ ଯାଇଥିଲେ। ସେଠାରୁ ସେ ଫରୁଥିବା ବେଳେ ରାସ୍ତାରେ ପ୍ରମୋଦଙ୍କୁ ତିନିଜଣ ଦୁର୍ବୃତ୍ତ ଅଟକାଇଥିଲେ। ସେମାନେ ଧାରୁଆ ଅସ୍ତ୍ରରେ ପ୍ରମୋଦଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ପ୍ରମୋଦ ଚିତ୍କାର କରୁଥିଲେ ମଧ୍ୟ ଦୁର୍ବୃତ୍ତମାନେ କିଛି ଶୁଣି ନଥିଲେ। ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    91 %
    1.3kmh
    1 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ