Sunday, September 13, 2026
24.4 C
Odisha

    ଡିୟୁଟିର ପ୍ରଥମଦିନରେ ପ୍ରାଣହରାଇଲେ ଆଇପିଏସ ଅଧିକାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କର୍ଣ୍ଣାଟକର ହାସନ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଆଇପିଏସ ଅଧିକାରୀ ଚାକିରି ପାଇବା ପରେ ପ୍ରଥମଦିନ ଡିୟୁଟିରେ ଯୋଗ ଦେବାକୁ ଯାଉଥି‌ବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଆଇପିଏସ ଅଧିକାରୀଙ୍କ ନାମ ହର୍ଷବର୍ଦ୍ଧନ ବୟସ ୨୬ବର୍ଷ। ହର୍ଷବର୍ଦ୍ଧନ କର୍ଣ୍ଣାଟକ କ୍ୟାଡରର ୨୦୨୩ ବ୍ୟାଚର ଆଇପିଏସ ଅଧିକାରୀ ଥିବା ବେଳେ ସେ ହେଉଛନ୍ତି ମଧ୍ୟପ୍ରଦେଶର ବାସିନ୍ଦା ।ଆଇପିଏସ ଅଧିକାରୀ ହର୍ଷବର୍ଦ୍ଧନଙ୍କ ସଡ଼କ ଦୁର୍ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି,‘  ହର୍ଷବର୍ଦ୍ଧନ ଟ୍ରେନିଂ ପାଇଁ ମୈସୁର ଯାଇଥିଲେ। ମୈସୁରରେ ଚାରି ସପ୍ତାହର ଟ୍ରେନିଂ ସରିବା ପରେ ହର୍ଷବର୍ଦ୍ଧନ ଫେରି ଡିୟୁଟିରେ ଯୋଗ ଦେବାକୁ ପ୍ରସ୍ତୁତ ହୋଇଥିଲେ।

     ପ୍ରଥମ ଦିନରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ‌ବେଳେ ତାଙ୍କ ଗାଡ଼ିର ଟାୟାର ହଠାତ ଫାଟିଯାଇଥିଲା। ଫଳରେ ଚାଳକ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ। ଏଥିରେ ହର୍ଷବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟଲୋକେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସକୁ ସୂଚନା ଦେଇ ହର୍ଷବର୍ଦ୍ଧନଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

    ଏପଟେ ହର୍ଷବର୍ଦ୍ଧନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ପୁଅ ଦୀର୍ଘବର୍ଷ ଧରି ପରିଶ୍ରମ କରିବା ପରେ ଆଇପିଏସ ଅଧିକାରୀ ହୋଇଥିଲା। କିନ୍ତୁ ଭଗବାନଙ୍କ ଏ କି ବିଚାର। ଡିୟୁଟିରେ ଯୋଗ ଦେବାର ପ୍ରଥମଦିନ ହିଁ ତାକୁ ଏଦୁନିଆରୁ ନେଇଗଲେ …. ଏପରି ବାହୁନି ବାହୁନି କାନ୍ଦୁଛନ୍ତି ହର୍ଷବର୍ଦ୍ଧନଙ୍କ ପରିବାରାଲୋକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    93 %
    1.3kmh
    54 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ