Monday, March 16, 2026
35.9 C
Odisha

    IRACON Odisha- 2026 ଆରମ୍ଭ, ରିଉମାଟିକ୍ ରୋଗର ନୂତନ ଚିକିତ୍ସା ପ୍ରଣାଳୀ, ଆଧୁନିକ ଗବେଷଣା ବିଷୟରେ ଆଲୋଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆରମ୍ଭ ହୋଇଛି ୧୭ତମ IRACON Odisha- 2026 । ଫେବ୍ରୁଆରୀ ୨୧ ଓ ୨୨ ତାରିଖ କିମ୍ସର ଅଡିଟୋରିଅମ୍, କ୍ୟାମ୍ପସ-୫ରେ ଦୁଇଦିନିଆ ଏହି ଜାତୀୟ ରିଉମାଟୋଲୋଜି ସମ୍ମିଳନୀ ଆୟୋଜିତ ହୋଇଛି । Decoding Rheumatic Diseases Education, Evidence and Emerging Technologies ଥିମ୍ କୁ ଆଧାର କରି ଆୟୋଜିତ ଏହି ସମ୍ମିଳନୀରେ ରିଉମାଟିକ୍ ରୋଗର ନୂତନ ଚିକିତ୍ସା ପ୍ରଣାଳୀ, ଆଧୁନିକ ଗବେଷଣା ଓ ଉଦ୍ଭାବନମୂଳକ ପ୍ରଯୁକ୍ତି ବିଷୟରେ ବିସ୍ତୃତ ଆଲୋଚନା ହୋଇଛି ।

    ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରସିଦ୍ଧ ରିଉମାଟୋଲୋଜିଷ୍ଟ, ବିଶେଷଜ୍ଞ ଡାକ୍ତର ଓ ଗବେଷକମାନେ ଏହି ମଞ୍ଚରେ ଯୋଗଦେଇ ନିଜ ଗବେଷଣା ପତ୍ର ଓ ଅଭିଜ୍ଞତା ବିଷୟ କହିଥିଲେ । Indian Rheumatology Association ଓଡ଼ିଶା ଶାଖା ସହଯୋଗରେ କିମ୍ସର କ୍ଲିନିକାଲ୍ ଇମ୍ୟୁନୋଲୋଜି ଏଣ୍ଡ ରିଉମାଟୋଲୋଜି ବିଭାଗ ପକ୍ଷରୁ ସମ୍ମିଳନୀ ଆୟୋଜିତ ହୋଇଥିଲା । ଦ୍ୱିତୀୟ ଦିନରେ ଓ ରାଲ୍ ପ୍ରେଜେଣ୍ଟେସନ୍, ପ୍ୟାନେଲ୍ ଡିସକସନ୍, ପ୍ରେସିଡେନ୍ସିଆଲ୍ ଓରେସନ୍, ଡିବେଟ୍ ଓ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇ ରିଉମାଟୋଲୋଜି କ୍ଷେତ୍ରରେ ନୂତନ ଚିନ୍ତାଧାରାକୁ ଆଗକୁ ଅଣାଯାଇଛି । ରିଉମାଟିକ୍ ରୋଗ ଚିକିତ୍ସାକୁ ଆହୁରି ଦୃଢ଼ କରିବା ସହ ନୂତନ ପ୍ରଯୁକ୍ତିକୁ ଚିକିତ୍ସା ପ୍ରବାହରେ ଯୋଗ କରିବା ଲକ୍ଷ୍ୟରେ IRACON Odisha- 2026 ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    20 %
    5.4kmh
    90 %
    Mon
    35 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ