Sunday, April 5, 2026
24.6 C
Odisha

    ଗୋଟାଏ ଲେହେଙ୍ଗାକୁ ୩ଥର ପିନ୍ଧି ଚର୍ଚ୍ଚାରେ ଇଶା ଅମ୍ବାନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଧୀରେ ଧୀରେ ଅବସର ଆଡ଼କୁ ଅଗ୍ରସର ହେଉଛନ୍ତି। ଏନେଇ ସେ ଅନେକ ଥର ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଏହି କ୍ରମରେ ସେ ନିଜର କୋଟି କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟର ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରୁଥିବା ଦେଖାଯାଇଛି। ପୁଅମାନଙ୍କ ସହ ଝିଅ ଇଶାକୁ ମଧ୍ୟ ମୁକେଶ ଅମ୍ବାନି ବଡ଼ ଦାୟିତ୍ବ ଦେଇଛନ୍ତି। ଭାରତ ସବୁଠାରୁ ଧନୀ ବ୍ୟବସାୟୀଙ୍କ ଝିଅ ହେବା ସହ ନିଜେ ଜଣେ ବଡ଼ ବ୍ୟବସାୟୀ ହୋଇପାରିଛନ୍ତି ଇଶା। କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ବି ଇଶା କରିଥିବା କାମ ଅନେକଙ୍କୁ ଖୁସି କରାଇଛି।ଦେଖାଯାଇଛି ଯେ, ଇଶା ନିଜର ଗୋଟାଏ ଲେହେଙ୍ଗାକୁ ୩ଥର ପିନ୍ଧିଛନ୍ତି। ଅନେକ ଲୋକ ଥରେ ପିନ୍ଧିଥିବା ପୋଷାକକୁ ଦ୍ବିତୀୟ ଥର ପିନ୍ଧିବାକୁ ଇଚ୍ଛା କରନ୍ତି ନାହିଁ। ହେଲେ କୌଣସି ଅଭାବ ନଥାଇ ମଧ୍ୟ ଇଶା ଏଭଳି ନିଜର ପୋଷାକ ଏକାଧିକ ଥର ପିନ୍ଧିବା ଅନେକଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ। ଏଠାରେ ଆମେ ଇଶାଙ୍କ ଏହି ହାଲୁକା ଗୋଲାପି ରଙ୍ଗର ଲେହେଙ୍ଗା କଥା କହୁଛୁ।ନୂଆ ବର୍ଷ ପାଳନ କରିବା ପାଇଁ ଇଶା ଅବୁ ଜାନି ଓ ସନ୍ଦୀପ ଖୋସଲା ଡିଜାଇନ କରିଥିବା ଲେହେଙ୍ଗା ପିନ୍ଧିଥିଲେ। ଏହା ସହିତ ସେ ଡାଏମଣ୍ଡ ହାର ଓ କାନଫୁଲ ପିନ୍ଧିଥିବା ଦେଖାଯାଇଥିଲା।ତେବେ ଏହି ଫଟୋ ଭାଇରାଲ ହେବା ପରେ ପୂର୍ବରୁ ୨ଥର ସେ ଏହି ଲେହେଙ୍ଗା ପିନ୍ଧି ସାରିଥିବା ଜଣାପଡ଼ିଛି। ପ୍ରଥମେ ୨୦୧୯ରେ ନିଜ ସମ୍ପର୍କୀୟ ଭାଇ ଅର୍ଜୁନ କୋଠାରୀଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ସେ ଏହି ଲେହେଙ୍ଗା ପିନ୍ଧିଥିଲେ। ଏହା ପରେ ୨୦୨୦ରେ ଅଭିନେତା ଅରମାନ ଜୈନଙ୍କ ବିବାହରେ ଇଶା ଏହି ସମାନ ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    59 %
    1.3kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ