Friday, October 2, 2026
22.2 C
Odisha

    ଜଗତସିଂହପୁର ଐତିହ୍ୟ ପଦଯାତ୍ରା”ର ଦଶମ ସଂସ୍କରଣ ସମ୍ପନ୍ନ

    ଆଗକୁ ପଢନ୍ତୁ

    ଜଗତସିଂହପୁର :  ପୂର୍ବ ନଅଗୋଟି ସଂସ୍କରଣ ଭଳି ଆମର “ଜଗତସିଂହପୁର ଐତିହ୍ୟ ପଦଯାତ୍ରା”ର ଦଶମ ସଂସ୍କରଣ ମଧ୍ୟ ଖୁବ୍ ସୁନ୍ଦର ଏବଂ ଚିତ୍ତାକର୍ଷକ ଭାବରେ ସମ୍ପନ୍ନ ହୋଇଅଛି। ଐତିହ୍ୟାନୁରାଗୀ ବନ୍ଧୁମାନେ ବିରିଡ଼ି ବ୍ଲକ ଅନ୍ତର୍ଗତ ଅଣଖିଆ ପୋଷ୍ଟ ଅଫିସ ନିକଟରେ ଏକତ୍ରିତ ହୋଇ ନିକଟସ୍ଥ ସଢ଼େଇ ଶାସନ ଗ୍ରାମର “ଲକ୍ଷ୍ମୀନାରାୟଣ ମନ୍ଦିର”କୁ ପରିଦର୍ଶନରେ ଯାଇଥିଲେ। ଏହି ମନ୍ଦିରଟି ବହୁ ପ୍ରାଚୀନ ନ ହେଲେବି ଗଜପତି ଶାସନକାଳୀନ ପଞ୍ଚଦଶ ବା ଷୋଡ଼ଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ପଥର ନିର୍ମିତ ପୀଢ଼ ଶୈଳୀର ଏକକ ମନ୍ଦିର। ମନ୍ଦିର ବିମାନ ସମ୍ମୁଖରେ ଆୟତାକାର ସମତଳ ଛାତ ବିଶିଷ୍ଟ ଏକ ଜଗମୋହନ ଓ ଜଗମୋହନ ସମ୍ମୁଖରେ ଆଧୁନିକ ସମୟରେ ନିର୍ମାଣ ହୋଇଥିବା ଏକ ପ୍ରଶସ୍ଥ ଛାତଘର। ସ୍ୱଳ୍ପ ପରିଚିତ ଏହି ମନ୍ଦିର ଗର୍ଭଗୃହରେ କଳା ମୁଗୁନି ପଥରରେ ନିର୍ମିତ ନାରାୟଣଙ୍କ ଏକ ସ୍ୱଳ୍ପ ଉଚ୍ଚର ପ୍ରତିମା ରହିଛି। ପ୍ରତମାଟିକୁ ନିରେଖି ଦେଖିଲେ ଏହା ଗଙ୍ଗବଂଶୀ ଶାସନ କାଳର ନିର୍ମାଣ ବୋଲି ପ୍ରତୀୟମାନ ହୁଏ। ପ୍ରତିମାଟିର ଉଭୟ ପାର୍ଶ୍ୱରେ ଲକ୍ଷ୍ମୀ ଓ ସରସ୍ବତୀ ବିରାଜମାନ କରିଛନ୍ତି। ମନ୍ଦିର ଗର୍ଭ ଗୃହରେ ଥିବା ନାରାୟଣଙ୍କ ପ୍ରତିମାଟି ଖୁବ୍ ସୁନ୍ଦର ଓ କମନୀୟ। ଏହି ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ବନ୍ତେଶ୍ୱର ମହାଦେବଙ୍କ ମନ୍ଦିରଟିଏ ମଧ୍ୟ ରହିଛି।ଏହାପରେ ଐତିହ୍ୟାନୁରାଗୀ ବନ୍ଧୁମାନେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ଗ୍ରାମ ନିକଟ ବିଲୁଆଖାଇ ନଦୀଗର୍ଭରେ ଥିବା ସହସ୍ର ବର୍ଷ ପ୍ରାଚୀନ ଶୈବ ପୀଠ ଭୁବନେଶ୍ୱର ମହାଦେବ ମନ୍ଦିର ଓ ଭଗବତୀ ପୀଠ ପରିଦର୍ଶନରେ ଯାଇଥିଲେ। ପତ୍ନତାତ୍ଵିକ ଦୃଷ୍ଟିକୋଣରୁ ଏହି ମନ୍ଦିରଟି ବହୁ ପ୍ରାଚୀନ। ସ୍ଥାନୀୟ ପୂଜକଙ୍କ କହିବାନୁସାରେ ଏହି ମନ୍ଦିରଟି ଏଗାରଶହ ବର୍ଷରୁ ଅଧିକ ପୁରୁଣା ହେବ ବୋଲି ପତ୍ନତତ୍ତ୍ୱ ବିଭାଗର କର୍ମକର୍ତ୍ତାମାନେ ପରିଦର୍ଶନକାଳରେ ମାତାବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ମନ୍ଦିରଟି କଳା ପଥରରେ ନିର୍ମିତ ହୋଇଥିବାବେଳେ, ଗର୍ଭଗୃହସ୍ଥ ଶିବଲିଙ୍ଗଟି ମୁଗୁନି ପଥରରେ ନିର୍ମିତ।ଏ ହି ମନ୍ଦିରର ବିଶେଷତ୍ୱ ହେଲା ଏଠାରେ ଭଗବାନ ଶିବଙ୍କର ଭୁବନମୋହନ ରୂପ ଦେଖିବାକୁ ମିଳେ। ଅର୍ଥାତ ଅବସର ବିନୋଦନକାଳୀନ ବୀଣାବାଦନରତ ହର ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦେଖିବାକୁ ମିଳେ। ସେହିପରି ମାଆ ଭଗବତୀଙ୍କ ମନ୍ଦିରଟି ପ୍ରାଚୀନ ମନ୍ଦିରର ଭଗ୍ନୀବଶେଷ ଉପରେ ନିର୍ମିତ ଏକ ଆଧୁନିକ ମନ୍ଦିର ମାତ୍ର ମାଆ ଭଗବତୀଙ୍କ ପ୍ରତିମା ବହୁ ପ୍ରାଚୀନ ଓ ଦିବ୍ୟ,! ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୩୫ ଜଣ ଐତିହ୍ୟାନୁରାଗୀ ବନ୍ଧୁ ଯୋଗ ଦେଇଥିଲେ। “ଜଗତସିଂହପୁର ଐତିହ୍ୟ ପଦଯାତ୍ରା” ର ଉପଦେଷ୍ଟା ପ୍ରଭାଂଶୁ ସାମନ୍ତରାୟ, ସଂଯୋଜକ ଶ୍ରୀକାନ୍ତ ସିଂହ, ଅନୁଷ୍ଠାନର ବୟୋଜ୍ୟେଷ୍ଠ ସଦସ୍ୟ ବିଶ୍ଵ ରଞ୍ଜନ ଦେହୁରୀ, ବସନ୍ତ ନାୟକ, ରଞ୍ଜିତ କୁମାର ସାହୁ, ପବିତ୍ର ମୋହନ ନାୟକ ତଥା ପ୍ରମୁଖ ସଦସ୍ୟ ତ୍ରିଲୋଚନ ସ୍ୱାଇଁ, ସମ୍ବିତ ସିଂହ, ଦେବାଶିଷ ପାତ୍ର, ଦିନେଶ ସ୍ୱାଇଁ, ରତିରଞ୍ଜନ ପଣ୍ଡା, ଅମର ପ୍ରସାଦ ପାତ୍ର ଆଦି କାର୍ଯ୍ୟକର୍ତ୍ତାମାନେ ଆଜିର କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ଏହି ଅବସରରେ ଶ୍ରୀମାନ ଆଦିତ୍ୟ ପ୍ରସାଦ ଘୋଷଙ୍କ ଦ୍ୱାରା ପ୍ରସ୍ତୁତ ଅନୁଷ୍ଠାନର ଦ୍ଵିତୀୟ E-magazine ଉପଦେଷ୍ଟା ପ୍ରଭାଂଶୁ ସାମନ୍ତରାୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ