Tuesday, October 13, 2026
24.9 C
Odisha

    ସଜେଇ ହେଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ : ୨୪ରେ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ସରକାର ଗୋଟିଏ ଗୋଟିଏ ପାହଚ ଅତିକ୍ରମ କରୁଛନ୍ତି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରି ଓଡ଼ିଆ ଇତିହାସରେ ଏକ ଫର୍ଦ୍ଦ ଯୋଡ଼ି ଥିଲେ। ଏବେ ବହୁ ଶୀଘ୍ର ସେହି ଇତିହାସ ପୁଷ୍ଠାରେ ଆଉ ଏକ ପୁଷ୍ଠା ଯୋଡି ହେବାକୁ ଯାଉଛି। ବହୁ ପ୍ରତିକ୍ଷିତ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ତାରିଖରେ ଉଦ୍‌‌ଘାଟନ କରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୪ ତାରିଖ ସକାଳ ୧୧ଟା ବେଳେ ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଉଦ୍‌‌ଘାଟନୀ ସଭା ଅନୁଷ୍ଠିତ ହେବ। ଏହି ଅବସରରେ ସାକ୍ଷୀଗୋପାଳ କଲେଜ ପରିସରରେ ଏକ ପ୍ରସ୍ତୁତି ବୈଠକ ଉଚ୍ଚଶିକ୍ଷା ବିଭାଗ ଡାଇରେକ୍ଟର ଭବାନୀ ଶଙ୍କର ଚଇନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ। ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି। ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି ସରିଛି। ଏହା ସହିତ ସାକ୍ଷୀଗୋପିନାଥଙ୍କ ଏକ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି।

    ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଡ ସବିତା ପ୍ରଧାନ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସେକ୍ରେଟାରୀ ରମାକାନ୍ତ ନାୟକ, ରେଜିଷ୍ଟର ରଶ୍ମିରେଖା ଦାସ, ଉତ୍କଳମଣି ଗୋପବନ୍ଧୁ ସ୍ମୁତି ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍‌‌ଯଶିବ ସୁନ୍ଦର ମିଶ୍ର, ରାଜ୍ୟ ପର୍ଯ୍ୟଟନ ବିଭାଗ ଡିଜିଟାଲ ପ୍ରିୟସ ଚକ୍ରବର୍ତ୍ତୀ, ପୁରୀ ପରିବହନ ଅଧିକାରୀ ବିପିନ ପଟ୍ଟନାୟକ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ଉଦ୍‌‌ଘାଟନ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ରାଜେଶ, ଏସ୍‌‌ଡିପିଓ ବିରଞ୍ଚି ନାରାୟଣ ପତି, ଆଇଆଇସି ବିଜୟକେତନ ବେହେରା, ଓଡ଼ିଶା ସେତୁ ନିର୍ମାଣ ନିଗମର ଡିଜିଟାଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ ସୁନ୍ଦର ମାଧବ ପାଢି, ବିଡିଓ ଲିପିସା ରାୟ ଓ ଓଡିଆ ବିଶ୍ୱବିଦ୍ୟାଳୟ କର୍ମଚାରୀ ଏବଂ ଉତ୍କଳମଣି ଗୋପବନ୍ଧୁ ସ୍ମୁତି ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ