Saturday, April 11, 2026
37.2 C
Odisha

    ଆଇସିସି ଅଧ୍ୟକ୍ଷଭାବେ ଦାୟିତ୍ବ ଗ୍ରହଣ କଲେ ଜୟ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜୟ ଶାହା ନିଜର ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହା ସହ ସେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି। ତାଙ୍କ ବୟସ ଏବେ ମାତ୍ର ୩୫ ବର୍ଷ। ଏହା ସହ ସେ ଆଇସିସିର ସର୍ବୋଚ୍ଚ ପଦ ଗ୍ରହଣ କରିବାରେ ପଞ୍ଚମ ଭାରତୀୟ ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚାଲିଥିବା ବିବାଦ ଭିତରେ ଜୟ ଶାହା ଆଇସିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏଭଳି ପରିସ୍ଥିତିରେ ସେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ହେବାକୁ ଥିବା ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ।

    ୨୦୧୯ରେ ଜୟ ଶାହଙ୍କୁ ବିସିସିଆଇ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା। ଜୟ ଶାହା ବିସିସିଆଇରେ ପ୍ରାୟ ୬ ବର୍ଷ କାର୍ଯ୍ୟ କରିଛନ୍ତି। ଜାନୁଆରୀ ୨୦୨୧ରୁ ସେ ଏସିଆନ କ୍ରିକେଟ କାଉନସିଲର ସଭାପତି ମଧ୍ୟ ଥିଲେ । ଏବେ ଜୟ ଶାହା ଆଇସିସି ପାଇଁ କାମ କରିବେ। ଲଗାତାର ଦୁଇ ଥର ଆଇସିସି ଅଧ୍ୟକ୍ଷ ଥିବା ଗ୍ରେଗ ବାର୍କଲେଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇଛନ୍ତି। ଜୟ ଶାହାଙ୍କ କାର୍ଯ୍ୟକାଳରେ ଚାମ୍ପିୟନ୍ସ ଟ୍ରଫି ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ ହେବ, ଯାହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରୁଛି, କିନ୍ତୁ ଗତ କିଛି ଦିନ ଧରି ବିବାଦୀୟ ଥିବା ହାଇବ୍ରିଡ୍ ମଡେଲରେ ଭାରତ ତା’ର ମ୍ୟାଚ୍ ଚାହୁଁଛି। ତେବେ ଶେଷରେ ପାକିସ୍ତାନ ହାଇବ୍ରିଡ ମଡେଲକୁ ରାଜି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ