Thursday, March 19, 2026
22.8 C
Odisha

    ଝାରସୁଗୁଡ଼ା ବିମାନବନ୍ଦର: ଗ୍ରୀଷ୍ମକାଳୀନ ଚଳାଚଳକୁ ନେଇ ଅନିଶ୍ଚିତତା

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଆଉ ୨ ଦିନ ପରେ ସମର ସିଡ୍ୟୁଲ୍‌ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏଯାଏ ଡିଜିସିଏ ୱେବସାଇଟ୍‌ରେ ନୂତନ ରୁଟ୍‌ ଓ ବିମାନ ସେବା ସମ୍ପର୍କରେ କୌଣସି ତଥ୍ୟ ଅପ୍‌ଡେଟ୍‌ ହୋଇନଥିବା ବେଳେ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ମୁହଁ ଖୋଲୁନାହାନ୍ତି। ମାର୍ଚ୍ଚ ୩୧ ପରଠାରୁ ସ୍ପାଇସ୍‌ଜେଟ୍‌ ଝାରସୁଗୁଡ଼ା ବିମାନ ବନ୍ଦରରୁ ସେବା ଅପସାରଣ କରୁଥିବା ବେଳେ ଦିଲ୍ଲୀ ରୁଟ୍‌ର ଅନିଶ୍ଚିତତାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏନେଇ ପ୍ରତିକ୍ରିୟା ପାଇଁ ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରି ନାହିଁ।
    ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ଦିଲ୍ଲୀ ରୁଟ୍‌ରେ ଚଳାଚଳ କରୁଥିବା ସ୍ପାଇସଜେଟ୍‌ ଫ୍ଲାଇଟ୍‌ ଆସନ୍ତା ୩୧ ତାରିଖରୁ ସେବା ପ୍ରତ୍ୟାହାର କରିବ। ଅର୍ଥାତ୍‌ ସମର ସିଡ୍ୟୁଲ୍‌ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଆଉ ଦିଲ୍ଲୀ ରୁଟ୍‌କୁ ଏହି ବିମାନ ଚଳାଚଳ କରିବନି। ତେବେ ଏପ୍ରିଲ ପହିଲାରୁ ଇଣ୍ଡିଗୋ ଏୟାର ଲାଇନ୍ସ ଦିଲ୍ଲୀ ରୁଟ୍‌ରେ ଏହାର ସେବାଆରମ୍ଭ କରିବା ନେଇ ଆବେଦନ କରିଥିବା ପୂର୍ବରୁ ସୂଚନା ମିଳିଥିଲେ ହେଁ ଆଜି ସନ୍ଧ୍ୟା ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିପାରି ନାହିଁ। କେବଳ ସେତିକି ନୁହେଁ, ବରଂ ଇଣ୍ଡିଗୋର ଏହି ରୁଟ୍‌ ସମର ସିଡ୍ୟୁଲ୍‌ରେ ସ୍ଥାନିତ ହୋଇଛି ନା ନାହିଁ ସେନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ବି ସ୍ପଷ୍ଟ ନଥିବା ବେଳେ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇନି। ଏହାକୁ ନେଇ ଯାତ୍ରୀ ଏବେ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରରୁ ଦୈନିକ ୧୫୦ରୁ ଅଧିକ ଯାତ୍ରୀ ଦିଲ୍ଲୀ ଯାଉଥିବାରୁ ଏପ୍ରିଲ ପହିଲାରୁ ଏହି ଯାତ୍ରୀ କ’ଣ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ