Tuesday, September 29, 2026
23.1 C
Odisha

    ଗୋପାଳପୁର ବେଳାଭୂମିରେ ଶତାଧିକ ଜେଲିଫିସ୍‌

    ଆଗକୁ ପଢନ୍ତୁ

    ବ୍ରହ୍ମପୁର/ଗୋପାଳପୁର: ଗୋପାଳପୁର ବେଳାଭୂମିର ବିଭିନ୍ନ ସ୍ଥାନରେ ଆଜି ଶତାଧିକ ଜେଲିଫିସ୍ ଠାବ ହୋଇଛନ୍ତି। ତେବେ କେଉଁ କାରଣରୁ ଏତେ ସଂଖ୍ୟକ ଜେଲିଫିସ୍‌ କୂଳକୁ ଚାଲିଆସିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ସମୁଦ୍ରରୁ ଶହ ଶହ ସଂଖ୍ୟାରେ ଭାସିଆସୁଥିବା ଜେଲିଫିସ୍‌ ବାଲିରେ ଲାଗି ରହିଯାଇଥିଲେ। ଲହଡ଼ିର ପାଣିରେ କିଛି ଜେଲିଫିସ୍‌ ଧୋଇ ହୋଇ ପୁଣି ସମୁଦ୍ର ଭିତରକୁ ଚାଲିଯାଇଥିବା ବେଳେ ଆଉ କିଛି ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ହରିପୁରଠାରୁ ଗୋପାଳପୁର ଓ ଧବ‌ଳେଶ୍ବର ବେଳାଭୂମିର ବିଭିନ୍ନ ସ୍ଥାନରେ ଏଭଳି ଜେଲିଫିସ୍‌ ଠାବ ହୋଇଥିଲେ। ‌ତେବେ ଜେଲିଫିସ୍‌ଙ୍କ ଯୋଗୁ ପର୍ଯ୍ୟଟକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ସମୁଦ୍ରକୁ କେହି ଗାଧୋଇବାକୁ ଯାଇ ପାରି ନଥିଲେ। କାରଣ ଜେଲିଫିସ୍‌ ଶରୀର‌ ସଂସ୍ପର୍ଶରେ ଆସିଲେ, କୁଣ୍ଡେଇ ହୋଇଥାଏ। ହଠାତ୍‌ ଏତେ ସଂଖ୍ୟକ ଜେଲିଫିସ୍‌ ଦେଖି ପର୍ଯ୍ୟଟକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଜେଡ୍ଏଏସ୍‌ଆଇର ବୈଜ୍ଞାନିକ ଡ. ଅନୀଲ ମହାପାତ୍ର କହିଛନ୍ତି, ଜେଲିଫିସ୍‌ ସମୁଦ୍ରକୂଳକୁ ଆସିବାର ସେଭଳି କିଛି ନିର୍ଦ୍ଦି‌ଷ୍ଟ କାରଣ ନାହିଁ। ଏହି ସମୟରେ ସେମାନଙ୍କ ବଂଶବୃଦ୍ଧି ହୋଇ ସଂଖ୍ୟା ବଢ଼ିଯାଇଥାଏ। ଏଣୁ ସମୁଦ୍ର ଜୁଆରରେ ଜେଲିଫିସ୍‌ ବେଳାଭୂମିକୁ ଚାଲିଆସିଥା’ନ୍ତି। ପ୍ରତିବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ