Thursday, March 26, 2026
24.3 C
Odisha

    ଓଡ଼ିଶାରେ ‘ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାର’କୁ ହଟାଇ ସରକାର ଗଢ଼ିବାର ସଂକଳ୍ପ ନେଇଛି ବିଜେପି: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୬/୦୧: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବ୍ଲକ ସଭାପତି ତଥା ପୂର୍ବତନ ସରପଂଚ ଶ୍ରୀ ଲଳିତ ସାହୁଙ୍କ ନେତୃତ୍ୱରେ ବିଜେଡି ନେତା ତଥା ସରପଂଚ ଶିଶିରକାନ୍ତ ବେହେରା, ଧଳା ବରାଳ, ରାଜେନ୍ଦ୍ର ବରାଳ, ଦିଲୀପ କୁମାର ସାହୁ, ପୂର୍ବତନ କାଉନସିଲର ଅରୁଣ କୁମାର ସାହୁ, ଭୀମସେନ ମହନ୍ତ, ତାରକେଶ୍ୱର ଜେନା, ହିମାଂଶୁ ଦାସ, ଉର୍ବଶୀ ନାୟକ, ଗୌରଚନ୍ଦ୍ର ବିଶ୍ୱାଳ, ହେମନ୍ତ ପ୍ରଧାନ, ଅଶୋକ କୁମାର ରାଉତ, ସାରଙ୍ଗଧର ପରିଡା, ଅକ୍ଷୟ ମଲ୍ଲିକ, ସୁଧିରକାନ୍ତ ବେହେରା, ମୁରଲୀଧର ସାହୁ, ଅଶୋକ କୁମାର ଭୁତିଆ, ଅଜୟ ସାମଲ ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
    ସେହିପହି ଅନୁଗୁଳ ଜିଲ୍ଲାର ବିଜେଡି ନେତା ତଥା ପୂର୍ବତନ ସରପଂଚ ହାଡିବନ୍ଧୁ ଦେହୁରୀଙ୍କ ନେତୃତ୍ୱରେ ଅବନିକାନ୍ତ ପ୍ରଧାନ, ସମ୍ବିତ ସ୍ୱାଇଁ, ଗୌରାଙ୍ଗ ସାହୁ, ରାଜକିଶୋର ସାହୁ, ମାୟାଧର ଦାସ, ବିଂରଚି ମାଝୀ, ଅଶୋକ ପ୍ରଧାନ, ଗଗନ ପ୍ରଧାନ, ବାବୁଲା ବିଶ୍ୱାଳ, ସୁଶାନ୍ତ ଦେହୁରୀ, ଲାଲମୋହନ ପ୍ରଧାନ, ପ୍ରଦୀପ ପ୍ରଧାନ ଏବଂ ଅନୁଗୁଳ ଜିଲ୍ଲା ପୂର୍ବତନ କଂଗ୍ରେସ ଉପସଭାପତି ତଥା ବଅଁରପାଳ ବ୍ଲକର ବରିଷ୍ଠ କଂଗ୍ରେସ ନେତା ଦିଲୀପ କୁମାର ରାଉତ, ବିଜେଡି ନେତା ବତ୍ସଳ ସାମଲ, ଜୟନ୍ତ ସାମଲ, ଜ୍ୟୋତିରଞ୍ଜନ ସାମଲ, ବ୍ରଜବନ୍ଧୁ ସାମଲ, ପ୍ରଶାନ୍ତ ରାଉତ, କୁଲାଡ ଗ୍ରାମପଂଚାୟତର ସରପଂଚ ଉଷାରାଣୀ ସ୍ୱାଇଁ, ନାଏବ ସରପଂଚ ଅଶୋକ ଜେନା, ୱାର୍ଡ ମେମ୍ବର କଳାବତୀ ବେହେରା, ରିନାରାଣୀ ସାହୁ, ମହିମା ମଞ୍ଜରୀ ସିଂହ, ସୁଶୀଲ କୁମାର ବିଶୋୟୀ, ଭକ୍ତଚରଣ ରଥ, ଦୁଷ୍ମନ୍ତ ସାମଲ, ଗୋବିନ୍ଦ ଧୀର, ଗୌତମ ଦାସ, ଶାନ୍ତନୁ ଦାସ ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
    ସେହିପରି ଢେଙ୍କାନାଳ ଜିଲ୍ଲାର ସୁନାମଧନ୍ୟ ଚିକିତ୍ସକ ଡା.ବିଶ୍ୱଜିତ ନନ୍ଦ ଏବଂ ଅନୁଗୁଳ ଜିଲ୍ଲା ବାସିନ୍ଦା ବିଶିଷ୍ଟ ସମାଜସେବୀ ଶ୍ରୀ ସୁକୁମାର ସାହୁ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
    ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ହେଲା ବିଜେପି । ଓଡ଼ିଶାରେ ବିଜେପି ଶକ୍ତିଶାଳୀ ହେବା ସହ ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବାର ସଂକଳ୍ପ ନେଉଛୁ । ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଓଡ଼ିଶାରେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇ ବିଜେପି ସରକାର ଗଢ଼ିବାର ସଂକଳ୍ପ ନେଇଛି । ଓଡିଶାରେ ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବା ସହ ରାଜ୍ୟରେ ବିଜେପି ଆହୁରି ମଜଭୁତ ହେବ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
    ରୂପାନ୍ତରଣ ନାଁରେ ବିଜୁ ଜନତା ଦଳ ସରକାର ଓଡ଼ିଶାର ଲୋକଙ୍କୁ ଛଳନା, ପ୍ରତାରଣା କରିବା ସହ ଲୁଣ୍ଠନ କରୁଛି । କିନ୍ତୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶାର ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ସଂକଳ୍ପବଦ୍ଧ । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦଳର କାର୍ଯ୍ୟକର୍ତାମାନେ ବିଜେପିରେ ଯୋଗ ଦେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
    ଏହି ମିଶ୍ରଣ ପର୍ବ ଅବସରରେ ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ସୁନୀଲ ଶର୍ମା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    57 %
    0.4kmh
    1 %
    Thu
    37 °
    Fri
    39 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ