Friday, October 16, 2026
24.2 C
Odisha

    ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର: ନିର୍ଦ୍ଦେଶକ ଭାବେ ଯୋଗଦେଲେ ମନୋରମା ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ବଦଳି ହୋଇଛି। ଏଠାରେ କାର୍ଯ୍ୟରତ ଏଚ୍‌ଆର ବିଶ୍ବାସଙ୍କୁ କୋଲକାତା ବଦଳି ହୋଇଛି। ତାଙ୍କ ସ୍ଥାନରେ ଓଡ଼ିଆ ଝିଅ ମନୋରମା ମହାନ୍ତିଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ମନୋରମା ବେଶ ଖୁସି ଅନୁଭବ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସିଛି। ଏବେ ଓଡ଼ିଶା କ୍ଷେତ୍ରରେ ନିଜର ଦାୟିତ୍ୱ ରହିବ। ପୂର୍ବରୁ ଗୁଜରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପାଣିପାଗ ବିଜ୍ଞାନୀ ଭାବେ କାମ କରିଛି। ଜନ୍ମମାଟିରେ ଦାୟିତ୍ବବାନର ସହିତ କାମ କରିବି। ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି, ଏହି ବଦଳି ପ୍ରକ୍ରିୟାକୁ ସ୍ୱାଭାବିକ ପ୍ରକ୍ରିୟା। ଓଡ଼ିଶାରେ ଫନି ଭଳି ବାତ୍ୟା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1kmh
    45 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ